www.samajalive.in
Saturday, December 6, 2025
19.1 C
Bhubaneswar

ଦେଖନ୍ତୁ ଛାତିଥରା ଭିଡିଓ; ରାତିରେ ରାସ୍ତାରେ ଯାଉଥିଲେ ଦମ୍ପତି, ସାମ୍ନାକୁ ଆସିଗଲା ସିଂହ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ। ଯାହା ଆଶ୍ଚର୍ଯ୍ୟ ଚକିତ ଲାଗିବା ସହ ଭୟଭୀତ ମଧ୍ୟ କରିଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ଛାତିଥରା ଭିଡିଓ ଭାଇରାଲ ହେଉଛି।
ଚିନ୍ତା କରନ୍ତୁ ରାତିରେ ବାଇକ୍‌ରେ ଯାଉଥିବା ସମୟରେ ମଝି ରାସ୍ତାରେ ହଠାତ୍‌ ଯଦି ସିଂହ ଆସିଯାଏ, ଅବସ୍ଥା କ’ଣ ହେବ । ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କୁ ଦେଖି ଭୟ ଲାଗିବା ସାଧାରଣ କଥା।

ଶୁକ୍ର କଲେ ରାଶି ପରିବର୍ତ୍ତନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

- Advertisement -

ଗୁଜରାଟରୁ ଏହି ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ଖୁବ୍‌ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଦେଖିପାରିବେ, ସୋମନାଥର ଏକ ଗଳି ରାସ୍ତାରେ ଏକ ସିଂହ ବୁଲୁଛି । ସେହି ସମୟରେ ରାସ୍ତାରେ ଏକ ଦମ୍ପତି ବାଇକ୍‌ରେ ଯାଉଥିବା ସମୟରେ ସିଂହର ସାମ୍ନାସାମ୍ନି ହୋଇଯାଇଛନ୍ତି । ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭିରେ କଏଦ ହୋଇଛି। ଯାହା ଏବେ ଖୁବ୍‌ ଭାଇରାଲ୍‌ ହେଉଛି । ସୌଭାଗ୍ୟବଶତଃ ଦମ୍ପତି ଜଣଙ୍କ ସିଂହକୁ ସାମ୍ନାରେ ଦେଖିବା ମାତ୍ରେ ତୁରନ୍ତ ବାଇକ୍‌ ଫୋପାଡି ଦୌଡିବାକୁ ଲାଗିଲେ। କିଛି ସମୟ ପରେ ସିଂହ ମଧ୍ୟ ସେମାନଙ୍କ ପଛେ ପଛେ ଯାଉଥିବା ଭିଡିଓରେ କଏଦ ହୋଇଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories