ଓଡ଼ିଶାରୁ ଫେରିଲା ମୌସୁମୀ ବାୟୁ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରୁ ଫେରିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ରବିବାର ବିଭିନ୍ନ ଜିଲାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ ହୋଇଛି। ପାଗ ଅନୁକୂଳ ରହିଥିବାରୁ ଆଗାମୀ ୨ ଦିନ ମଧ୍ୟରେ ସମସ୍ତ ଜିଲାରୁ ମୌସୁମୀ ଫେରିଯିବ ବୋଲି ପାରିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ସ୍ଵାଭାବିକ ସମୟର ଦୁଇଦିନ ପୂର୍ବରୁ ମୌସୁମୀ ଫେରିଥିବା କୁହାଯାଇଛି।

Comments are closed.