ଜାଣନ୍ତୁ ଭୁବନେଶ୍ଵରର କେଉଁ ୧୦ଟି ସ୍ଥାନରେ ହେବ ରାବଣପୋଡ଼ି ?

ସମାଜ ଡିଜିଟାଲ ଡେସ୍କ: ବିଜୟାଦଶମୀ ଅବସରରେ ଏଥର ରାଜଧାନୀ ଭୁବନେଶ୍ଵରରେ ରାବଣପୋଡ଼ି ଅନୁଷ୍ଠିତ ହେବ। ତେବେ ଚଳିତବର୍ଷ ଭୁବନେଶ୍ଵରର ୧୦ଟି ସ୍ଥାନରେ ରାବଣପୋଡ଼ି ପାଇଁ ଅନୁମତି ଦିଆଯାଇଥିବା ଭୁବନେଶ୍ଵର ଡିସିପି ସୂଚନା ଦେଇଛନ୍ତି। ଏହି ୧୦ଟି ସ୍ଥାନ ହେଲା ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍‌ ରୋଡ୍‌, ଚନ୍ଦକା, ସିମୁଳିଆ ପାଟଣା ଦୋଳଯାତ୍ରା ପଡ଼ିଆ ଏବଂ କପିଳପ୍ରସାଦ ଫୁଟବଲ ପଡ଼ିଆ। ଏସବୁ ଅଞ୍ଚଳରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାବଣପୋଡ଼ି ସମୟରେ ଯେପରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ନଜର ରଖାଯାଇଥିବା କୁହାଯାଇଛି।

Comments are closed.