ଦାରିଙ୍ଗବାଡି ବ୍ଲକ କଂଗ୍ରେସ ଦଳର ବିଧାୟକ ପ୍ରତିନିଧି ହେଲେ ପିଟର ଦିଗାଲ

ଫୁଲବାଣୀ : କନ୍ଧମାଳ ଜିଲା ଘୁ ଉଦୟଗିରି (୮୩) ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ତାଙ୍କ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବ୍ଲକରେ ନିଜ ପ୍ରତିନିଧି ମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଦାରିଙ୍ଗବାଡି ବ୍ଲକର ବିଧାୟକ ପ୍ରତିନିଧି ଭାବେ ପିଟର ଦିଗାଲଙ୍କୁ ନିଯୁକ୍ତି ପତ୍ର ଦେଇଥିବା ସୂଚନା ମିଳିଛି । ଦାରିଙ୍ଗବାଡି ବ୍ଲକର ବିଧାୟକ ପ୍ରତିନିଧି ପଦବୀ ପାଇଁ ବହୁ ଆଶାୟୀ ପ୍ରାର୍ଥୀ ଲବିରେ ରହିଥିବା ଯୋଗୁଁ ଚୟନ ପ୍ରକ୍ରିୟାରେ ବିଳମ୍ବ ହୋଇଥିବା ଚର୍ଚ୍ଚା ହେଉଥିବାବେଳେ ଆଜି ତାହାର ଅନ୍ତ ଘଟିଛି । ଦଳମତ ନିର୍ବିଶେଷରେ ପିଟର ଦିଗାଲଙ୍କୁ ବିଧାୟକ ପ୍ରତିନିଧି ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।  ଉକ୍ତ ନିଯୁକ୍ତି ପତ୍ର ପାଇବା ପରେ ଦାରିଙ୍ଗବାଡି ବ୍ଲକ ବିଡ଼ିଓଙ୍କଠାରେ ଦାଖଲ କରିଛନ୍ତି । ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଦିଗାଲଙ୍କୁ ସ୍ଵାଗତ କରାଯାଇଥିବାବେଳେ ବ୍ଲକ କଂଗ୍ରେସ କର୍ମୀ ମହଲରେ ଖୁସିର ଲହରୀ ଖେଳି ଯାଇଛି । ବ୍ଲକ ଅଞ୍ଚଳରେ ପ୍ରତ୍ୟେକ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହ ଦଳର ସାଂଗଠନିକ କାର୍ଯ୍ୟକୁ ଗୁରୁତ୍ବ ଦେଇ କଂଗ୍ରେସ ଦଳକୁ ମଜଭୁତ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଦିଗାଲ ମତ ପ୍ରକାଶ କରିଛନ୍ତି ।

Comments are closed.