www.samajalive.in
Saturday, December 13, 2025
26.1 C
Bhubaneswar

ଦଶହରା ପାଇଁ ସାରା ଜିଲା ଉତ୍ସବ ମୁଖର, ସୁସଜ୍ଜିତ ମେଢରେ ପୂଜା ପାଉଛନ୍ତି ମାଙ୍କ ମୃଣ୍ମୟୀ ପ୍ରତିମା

ଫୁଲବାଣୀ:ଶାରଦୀୟ ଦୁର୍ଗାପୂଜା ପାଇଁ କନ୍ଧମାଳ ଜିଲା ହୋଇ ଉଠିଛି ଉତ୍ସବ ମୁଖର। ବିଭିନ୍ନ ସ୍ଥାନରେ ସୁସଜ୍ଜିତ ମେଢରେ ପୂଜା ପାଉଛନ୍ତି ମାଙ୍କ ମୃଣ୍ମୟୀ ପ୍ରତିମା। ସପ୍ତମୀ ଠାରୁ ଆରମ୍ଭ ହୋଇଛି ସାର୍ବଜନୀନ ଦୂର୍ଗାପୂଜା। ସନ୍ଧ୍ୟାରେ ଦେଖିବାକୁ ମିଳୁଛି ଅସମ୍ଭବ ଭିଡ଼। ସେହିଭଳି ବିଭିନ୍ନ ଦେବୀ ପୀଠରେ ଦେବୀଙ୍କ ନବରାତ୍ରି ସହ ଦଶହରା ପର୍ବ ରୀତିନୀତି ଅନୁଯାୟୀ ପାଳିତ ହୋଇଛି।

କନ୍ଧମାଳ ଜିଲା ପ୍ରମୁଖ ଶକ୍ତିପୀଠ ବଲସକୁମ୍ପାର ମା ବରାଳଦେବୀ ଓ ବାଲିଗୁଡାର ମା’ ପାଟଖଣ୍ଡାଙ୍କ ମନ୍ଦିରରେ ପ୍ରତି ବର୍ଷ ଭଳି ଆୟୋଜିତ ହେଉଛି ଦୁର୍ଗାପୂଜା। ଆଜି ବରାଳଦେବୀଙ୍କ ପୀଠରେ ପ୍ରମୁଖ ପର୍ବ ମହାନବମୀ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଛି। ଏ ଉପଲକ୍ଷେ ପରମ୍ପରା ଅନୁଯାୟୀ ବିଭିନ୍ନ ରୀତିନୀତି ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ତଥା ଜିଲା ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର କମିଟି ପକ୍ଷରୁ ଏହି ଉତ୍ସବର ସଫଳ ଆୟୋଜନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

- Advertisement -

ସେହିଭଳି ଫିରିଙ୍ଗିଆର ପୀତାବଳୀ, ରାଇକିଆର ବନଦୁର୍ଗା, ଫୁଲବାଣୀର ନାରାୟଣୀ, ଟିକାବାଲିର ରୁଦ୍ରକାଳୀ ଓ ଫୁଲବାଣୀ ସହରସ୍ଥିତ ମା ବରାଳଦେବୀଙ୍କ ମନ୍ଦିରରେ ମଧ୍ୟ ନିଷ୍ଠାର ସହ ଆୟୋଜିତ ହେଉଛି ଏହି ପର୍ବ। ଫୁଲବାଣୀ ସହରରେ ଅଷ୍ଟମୀ ଠାରୁ ଦଶହରା ପାଇଁ ପ୍ରବଳ ଭିଡ ଆରମ୍ଭ ହୋଇ ଯାଇଛି। ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଲସୁଛି ସହର। ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ। ପୁଲିସ ପକ୍ଷରୁ ଯାନବାହନ ନିୟନ୍ତ୍ରଣ ତଥା ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories