www.samajalive.in
Saturday, December 13, 2025
21.1 C
Bhubaneswar

ଚର୍ଚ୍ଚାରେ ଗୁଣୁପୁର ବାଉରୀ ସାହି ଦଶହରା, କଳାକୁଞ୍ଜ ଦେଉଛି ସଚେତନତା ବାର୍ତ୍ତା

ଗୁଣୁପୁର: ଧରା ପୃଷ୍ଠକୁ ଆସିଛନ୍ତି ଦୁର୍ଗତିନାଶିନୀ ମା’ଦୁର୍ଗା। ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମର ଧ୍ବଜା ଉଡାଇ ଭକ୍ତଙ୍କ ଉପରେ ବର୍ଷିଦେଉଛନ୍ତି ଅଜସ୍ର ଆଶୀର୍ବାଦ। ମା’ଙ୍କ ଶୁଭ ଆଗମନ ପାଇଁ ଚାଲିଛି ବ୍ୟାପକ ବ୍ୟବସ୍ଥା। ରାୟଗଡ଼ା ଜିଲ୍ଲା ଗୁଣୁପୁରଠାରେ ଚଳିତ ବର୍ଷ ଦଶହରା ଖୁବ୍ ଜମିଛି। କାରଣ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବାଉରୀ ସାହିରେ ଏଥର ହେଉଛି ଦଶହରା ପର୍ବ। କରୋନା ଏବଂ ବିଭିନ୍ନ କାରଣ ଯୋଗୁଁ ଦୀର୍ଘ ୭ ବର୍ଷ ପରେ ଏଠାରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି। ଦୀର୍ଘ ୫୦ ବର୍ଷରୁ ଏଠାରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇ ଆସୁଥିଲା। ସ୍ଥାନୀୟ କାରିଗର, ଚିତ୍ରକାର, ମୂର୍ତ୍ତି ଶିଳ୍ପୀରେ ଭରପୁର ଏହି ସ୍ଥାନ। ନିଜେ ନିଜେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିଠାରୁ ଆରମ୍ଭ କରି ପାର୍ଶ୍ୱ ଦେବାଦେବୀ, ବିଭିନ୍ନ କଳା କୁଞ୍ଜରେ ଏହି କାରିଗରମାନଙ୍କ ବିଶେଷ ସ୍ୱତନ୍ତ୍ରତା ରହିଛି। ତେଣୁ ଏମାନେ ପର୍ବ ପର୍ବାଣୀରେ ବାହାର କାରିଗରଙ୍କ ଉପରେ ନିର୍ଭର କରନ୍ତି ନାହିଁ। ଦୀର୍ଘ ୭ ବର୍ଷ ପରେ ପୁଣି ପୂଜା କାର୍ଯ୍ୟ ଅନୁଷ୍ଠିତ ହେଉଥିବାରୁ ସଭିଏଁ ବେଶ୍ ଉତ୍ସାହିତ ଓ ଉଲ୍ଲସିତ।

ଚଳିତ ବର୍ଷ ସୁସଜ୍ଜିତ ତୋରଣ, ଆକର୍ଷଣୀୟ ମଣ୍ଡପ, ଶ୍ରୀମନ୍ଦିର, ଜଗନ୍ନାଥ ସଂସ୍କୃତି ସହ ଅନ୍ୟାନ୍ୟ ପୌରାଣିକ କିମ୍ବଦନ୍ତୀକୁ ନେଇ କଳାକୁଞ୍ଜଗୁଡ଼ିକ କରାଯାଇଛି, ଯାହାକି ସାମାଜିକ ବାର୍ତ୍ତା ପ୍ରଦାନ କରୁଛି। ପୁରୀ ଶ୍ରୀମନ୍ଦିର, ହାତଗୋଡ଼ ଥାଇ ଆଜିର ମଣିଷ ପରିଶ୍ରମ କରିବାକୁ ନାରାଜ ବରଂ ଭିକ୍ଷାବୃତ୍ତିକୁ ଶ୍ରେୟ ମଣିବା, ଆଜିର ନାରୀ ସମାଜ ମୋବାଇଲରେ ବ୍ୟସ୍ତ ରହି ନିଜ ପିଲାଙ୍କୁ ଭୁଲିଯିବା, ଘରୋଇ ଡାକ୍ତରଖାନାରେ ସାଧାରଣ ରୋଗୀଙ୍କୁ ଚିକିତ୍ସା ନ ମିଳିବା, ଯୁବପିଢ଼ି ନିଶା କବଳିତ ହୋଇ ନିଜର ସ୍ୱାସ୍ଥ୍ୟ ହରାଇବା ଏଭଳି କିଛି ସମାଜ ସଂସ୍କାରଧର୍ମୀ ବାର୍ତ୍ତା କଳାକୁଞ୍ଜ ମାଧ୍ୟମରେ ପ୍ରଦର୍ଶନ କରାଯାଇଛି, ଯାହାକି ବାଉରୀ ସାହିର ମୁଖ୍ୟ ଆକର୍ଷଣ ପାଲଟିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories