www.samajalive.in
Sunday, December 14, 2025
26.1 C
Bhubaneswar

ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ

ସମାଜ ଡିଜିଟାଲ ଡେସ୍କ: ରତନ ଟାଟାଙ୍କ ବିୟୋଗ ପରେ ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କ ସାନ ଭାଇ(ସାବତ ଭାଇ)। ନୋଏଲ ଟାଟା ସାର୍‌ ରତନ ଟାଟା ଟ୍ରଷ୍ଟ ଏବଂ ସାର ଦୋରାବଜୀ ଟାଟା ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଥିଲେ। ରତନ ଟାଟାଙ୍କ ପରେ ତାଙ୍କୁ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ କରାଯାଇଛି। କମ୍ପାନୀର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ନୋଏଲ ବର୍ତ୍ତମାନ ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ, ଭୋଲଟାସ ଲିମିଟେଡ, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ ଲିମିଟେଡର ଅଧ୍ୟକ୍ଷ ଅଛନ୍ତି ଏବଂ ଟାଇଟନ କମ୍ପାନୀର ଉପାଧ୍ୟକ୍ଷ ମଧ୍ୟ। ରତନ ଟାଟାଙ୍କ ନିଧନ ପରେ ସେ ଟାଟା ପରିବାରର ମଙ୍ଗ ଧରିବା ନେଇ ଚର୍ଚ୍ଚା ଜୋର ଧରିଥିଲା।

- Advertisement -

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ବୁଧବାର ରାତିରେ ବିୟୋଗ ଘଟିଥିଲା। ଶାନ୍ତ, ସରଳ ଓ ଦୟାଳୁ ସ୍ଵଭାବର ବ୍ୟକ୍ତି ଭାବେ ସେ ସର୍ବତ୍ର ପରିଚିତ ଥିଲେ। ଜୀବନସାରା ସେ ଜନସେବାରେ ନିଜକୁ ବ୍ରତୀ କରାଇଥିଲେ। ନିଜ ଆୟର ୬୫ ପ୍ରତିଶତ ଅଂଶକୁ ସେ ସମାଜସେବାରେ ବିନିଯୋଗ କରୁଥିଲେ। ଗୁରୁବାର ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଅନ୍ତିମ ସଂସ୍କାର ପୂର୍ବରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେ​‌ଷ ତାଙ୍କର ଶେଷ ଦର୍ଶନ କରିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories