www.samajalive.in
Monday, December 8, 2025
27.1 C
Bhubaneswar

ରାତିରେ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ : ଦେଖାଦେବ ଅନେକ ସମସ୍ୟା

ବହୁ ସମୟରେ ଖାଦ୍ୟ ପାନୀୟ ଗ୍ରହଣରେ ଅସାବଧାନତା ବା ଅନିୟମିତତା ଯୋଗୁଁ ଆମେ ବିଭିନ୍ନ ରୋଗର ଶୀକାର ହୋଇଥାଉ। କେଉଁ ସମୟରେ କେଉଁ ଖାଦ୍ୟ ଖାଇବା ଉଚିତ ଓ କେଉଁଟି ଖାଇବା ଅନୁଚିତ ସେ ବିଷୟରେ ନଜାଣି ଯେଉଁ ସମୟରେ ପାରିଲେ ସେ ସମୟରେ କିଛିବି ଖାଦ୍ୟ ଖାଇ ଦିଅନ୍ତି। ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ଆମକୁ ଅନେକ କଷ୍ଟ ଭୋଗିବାକୁ ପଡ଼େ। ତେବେ ଏପରି କିଛି ଖାଦ୍ୟ ଅଛି ଯାହା ବିଶେଷ କରି ରାତିରେ ଖାଇବା ଆଦୌ ଉଚିତ ନୁହେଁ। ରାତିରେ ଏହି ଖାଦ୍ୟ ଗୁଡ଼ିକ ଖାଇଲେ ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେହି ଖାଦ୍ୟ ଗୁଡ଼ିକ କ’ଣ, ଯାହାକୁ ରାତିରେ ଖାଇବାକୁ ଖାଦ୍ୟ ବିଶେଷଜ୍ଞମାନେ ବାରଣ କରିଥାଆନ୍ତି –

ବର୍ଗର :
ରାତିରେ ବର୍ଗର ଖାଇଲେ ତାହା ପେଟରେ ଅମ୍ଳ ସୃଷ୍ଟି କରିଥାଏ। ଏଥିପାଇଁ ଛାତି ପୋଡ଼ାଜଳା ହୁଏ।

- Advertisement -

ଆଇସକ୍ରିମ୍ :
ରାତିରେ ଆଇସକ୍ରିମ୍ ଖାଆନ୍ତୁ ନାହିଁ। ଆମେରିକୀୟ ଖାଦ୍ୟ ବିଶେଷଜ୍ଞଙ୍କ ମତରେ, ରାତିରେ ଏହା ଖାଇ ଶୋଇବା ଦ୍ୱାରା ଶରୀରରେ ଶର୍କରାର ମାତ୍ରା ବୃଦ୍ଧି ପାଇବା ସହ ହଜମ ଠିକ୍ ଭାବରେ ହୋଇନଥାଏ।

ଚକୋଲେଟ୍ :
ରାତିରେ ଚକୋଲେଟ୍ ଖାଇବାଠାରୁ ଦୂରେଇ ରୁହନ୍ତୁ। ଏହା ଦ୍ୱାରା ମାନସିକ ସ୍ଥିତି ପ୍ରଭାବିତ ହେବା ସହ ହୃଦରୋଗ ହେବାର ଆଶଙ୍କା ବଢ଼ିଯାଏ।

ଚିପ୍ସ :
ଚିପ୍ସ ପ୍ରତି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ୟ୍ୟନ୍ତ ସମସ୍ତଙ୍କର ଦୁର୍ବଳତା ରହିଥାଏ। କିନ୍ତୁ ଏହାକୁ ଖାଇବା ଦ୍ୱାରା ଶରୀରରେ ମେଦ ବଢ଼ିବାସହ ବିଭିନ୍ନ ପ୍ରକାରର ଅସୁବିଧା ଦେଖାଦେଇଥାଏ।

ପପ୍‌କର୍ନ(ଭଜା ମକା ମଞ୍ଜି) :
ଅଧିକାଂଶ ଲୋକେ ରାତିରେ ଟିଭି ଦେଖିଲାବେଳେ ପପ୍‌କର୍ନ ଖାଇଥା’ନ୍ତି। ଏଥିରେ ଥିବା ଲୁଣ ଓ ବଟର୍ ନିଦକୁ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories