www.samajalive.in
Monday, December 8, 2025
27.1 C
Bhubaneswar

କର୍ଣ୍ଣାଟକ ସଂକଟ ; ଗୁରୁବାର ଇସ୍ତଫା ଦେବେ ୬ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ !

ବେଙ୍ଗାଲୁରୁ : କର୍ଣ୍ଣାଟକରେ ରାଜନୈତିକ ସଂକଟ ଦିନକୁଦିନ ଅଧିକ ଜଟିଳ ହେବାରେ ଲାଗିଛି । କୁମାର ସ୍ୱାମୀ ସରକାର ଉପରେ ବିପଦର କଳା ବାଦଲ ଛାଇ ହୋଇ ରହିଛି। ୨ଜଣ ନିର୍ଦ୍ଦଳୀୟ ବିଧାୟକ ଇସ୍ତଫା ଦେବା ପରେ ଗୁରୁବାର ୬ ଜଣ ଅସନ୍ତୁଷ୍ଟ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଉଥିବା ସୂତ୍ରରୁ ଜଣାପଡିଛି। ଯାହାକୁ ନେଇ କଂଗ୍ରେସ ଏବଂ ଭାଜପା ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ତେବେ ନିଜ ସରକାର ପ୍ରତି ବିପଦ ନ ଥିବା କହୁଥିବା କୁମାରସ୍ୱାମୀ କିନ୍ତୁ ଖୁବ ବିଚଳିତ ଥିବା ଜଣାପଡୁଛି । ଅନ୍ୟପକ୍ଷରେ ସ୍ଥିତିକୁ ଦୁଷ୍ଟିରେ ରଖି କଂଗ୍ରେସ ଦଳ ପକ୍ଷରୁ ୧୮ ତାରିଖରେ ବେଙ୍ଗାଲୁରୁ ଠାରେ ବିଧାୟକ ଦଳ ବୈଠକ ଆହ୍ୱାନ କରାଯାଇଛି।
ରାଜ୍ୟରେ କ୍ଷମତାକୁ ଆସିବା ନେଇ ବିଜେପି ମେଣ୍ଟ ସରକାରରେ ଅସ୍ଥିରତା ସୃଷ୍ଟି କରୁଥିବା ଅଭିଯୋଗ କରି କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ବେଙ୍ଗାଲୁରୁରେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଜେପି ଘୋଡା ବେପାର କରୁଥିବା ଅଭିଯୋଗ କରି କଂଗ୍ରେସ ନେତାମାନେ ସାଙ୍ଗରେ ଘୋଡା ଧରି ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି।
ସେହିପରି ଗୁରୁଗ୍ରାମରେ ଯେଉଁ ହୋଟେଲରେ ଭାଜପା ବିଧାୟକମାନେ ରହୁଛନ୍ତି, ସେଠାରେ ମଧ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଘୋଡା ବେପାରର ଅଭିଯୋଗ କରାଯାଇଛି।
ତେବେ ବିଜେପି ‘ଅପରେସନ ଲୋଟସ’କୁ ନେଇ ବ୍ୟସ୍ତ ଅବା ବିବ୍ରତ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories