www.samajalive.in
Saturday, December 13, 2025
26.1 C
Bhubaneswar

୫୯ ବର୍ଷରେ ଲାଞ୍ଜିଗଡ଼ ସାର୍ବଜନୀନ ଦୁର୍ଗାପୂଜା, ମନ ମୋହୁଛି ଆକର୍ଷଣୀୟ ମେଢ ଓ ମଣ୍ଡପ

ଲାଞ୍ଜିଗଡ଼: ୫୯ ବର୍ଷ ତଳେ ଆରମ୍ଭ ହୋଇଥିଲା ଲାଞ୍ଜିଗଡ଼ ସାର୍ବଜନୀନ ଦୁର୍ଗାପୂଜା। ଆଜି ଏକ ଗୌରବମୟ ଅତୀତକୁ ମନେ ପକାଇବା ସହ ନୂତନ ପ୍ରକାର ସାଜସଜ୍ଜାରେ ସଜେଇ ହୋଇଛି ମେଢ ଓ ମଣ୍ଡପ। ଆକର୍ଷଣୀୟ ତୋରଣ ସହିତ ମା’ଙ୍କ ଚତୁର୍ଦ୍ଧା ମୂର୍ତ୍ତି ଦେଖଣାହାରୀ, ଶ୍ରଦ୍ଧାଳୁଙ୍କୁ ଭାବଭକ୍ତିରେ ଲୀନ କରିଦେଉଛି। ସେହିପରି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ଦୋକାନ ବଜାର ଆଦି ଲୋକଙ୍କ ପୂଜାଛୁଟିର ଉପଭୋଗ ମାତ୍ରାକୁ ଦ୍ୱିଗୁଣିତ କରିଦେଉଛି। ଏଥିପାଇଁ ସମସ୍ତେ ବେଶ୍ ଉତ୍ସାହିତ ହୋଇ ପଡ଼ିଛନ୍ତି। ଏହି ଅବସରରେ ବୁଧବାର ଅପରାହ୍ନରେ ଦୁର୍ଗାପୂଜା କମିଟି ପକ୍ଷରୁ ଲାଞ୍ଜିଗଡ଼ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଏକ ବିରାଟ କଳସ ଯାତ୍ରାରେ ବାହାରି ନିକଟସ୍ଥ ବଂଶଧାରା ନଦୀରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଗୁରୁବାରଠାରୁ ଦେବୀ ଦୁର୍ଗାଙ୍କ ସପ୍ତମୀ ପୂଜା ଆରମ୍ଭ ହୋଇଥିବାବେଳେ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଏଥର ଆକର୍ଷଣୀୟ ମୂର୍ତ୍ତି ସହ ମେଢ ଓ ମଣ୍ଡପ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।

- Advertisement -

ଏଥିରେ କର୍ତ୍ତା ଭାବେ ରାମଚନ୍ଦ୍ର ସିଂ ଓ ତାଙ୍କ ଧର୍ମ ପତ୍ନୀ ଜାନକୀ ସିଂ ରହିଥିବାବେଳେ ପୂଜକ ଭାବେ ସୁବାଷ ଚନ୍ଦ୍ର ତ୍ରିପାଠୀ, ସରୋଜ କାନ୍ତ ତ୍ରିପାଠୀ, ସଚିନ୍ଦ୍ର ତ୍ରିପାଠୀ, ସୁବର୍ଥ ତ୍ରିପାଠୀ ରହିଛନ୍ତି। ପୂଜା ମଣ୍ଡପରେ ସନ୍ତୋଷ ମହାଖୁଡ଼, ଦୀନବନ୍ଧୁ ବାରିକ, ଲିଙ୍ଗରାଜ ବାରିକ ଓ ମନୋରଞ୍ଜନ ବାରିକ ସହଯୋଗ କରିଥିଲେ। ଏହା କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ହେବାକୁ ଥିବାବେଳେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଟକ ସହିତ ମେଲୋଡି ପରିବେଷଣ ହେବାର ଯୋଜନା ଓ ଶେଷ ଦିବସରେ ରାବଣ ପୋଡ଼ି ବ୍ୟବସ୍ଥା ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories