www.samajalive.in
Thursday, December 11, 2025
26.1 C
Bhubaneswar

ବିଦ୍ୟୁତ୍‌‌ ସଂସ୍ପର୍ଶରେ ଅଣଓଡିଆ ଶ୍ରମିକ ମୃତ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ପୁରୁଣାକଟକ-ତିଲେଶ୍ୱର ରେଲେଓ ଲେବୁଲ କ୍ରସିଂ ପାଇଁ ଏକ ଓଭର ବ୍ରିଜ ନିର୍ମାଣ ସରିଛି। ଉକ୍ତ ଓଭରବ୍ରିଜ ସଂଯୋଗ ରାସ୍ତା ନିର୍ମାଣଧିନ ଥିବାବେଳେ ବୁଧୁବାର ସଂନ୍ଧ୍ୟାରେ ଏକ ବଡ ଅଘଟଣ ଘଟିଛି। ଜଣେ ଅଣ ଓଡିଆ ଶ୍ରମିକ କାମ କରୁଥିବା ସମୟରେ ଡି.ଜି ବିଦ୍ୟୁତ୍‌‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶ୍ରମିକ ଜଣଙ୍କ ଝାଡଖଣ୍ଡ ଗିରିଡି ଅଞ୍ଚଳର ମହମ୍ମଦ ମୀନାଜ ଅଂସାରୀ(୨୦) ବୋଲି ସୂଚନା ମିଳିଛି।

ପୁରୁଣାକଟକ –ତିଲେଶ୍ୱର ରାସ୍ତାରେଲେଓ ଲେବୁଲ କ୍ରସିଂ ପାଇଁ ଏସ.ଆର.ସି ନାମକ ଠିକାସଂସ୍ଥା ପକ୍ଷରୁ ଓଭରବ୍ରିଜ ସଂଯୋଗ ରାସ୍ତା ନିର୍ମାଣଧିନ ରହିଛି। ଓଭରବ୍ରିଜ ସଂଯୋଗ ରାସ୍ତାର ପାଦଚଲା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା। ଶ୍ରମିକ ଜଣଙ୍କ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଡି.ଜିରେ ସଂଯୋଗ ବିଦ୍ୟୁତ୍‌‌ ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ମେଡିକାଲ ପଂହଚାଇବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା।

Hot this week

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

Related Articles

Popular Categories