www.samajalive.in
Saturday, December 13, 2025
15.1 C
Bhubaneswar

ଆସିଲା ସେପ୍ଟେମ୍ବର ରିପୋର୍ଟ, ଏହି କମ୍ପାନୀର ଗାଡିକୁ ଅଧିକ ପସନ୍ଦ କରୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ : ଭାରତୀୟ ଗ୍ରାହକଙ୍କ ମଧ୍ୟରେ ଦୁଇଚକିଆ ଯାନକୁ ନେଇ ଚାହିଦା ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ଗତ ସେପ୍ଟେମ୍ବରରେ ହୋଇଥିବା ଦୁଇଚକିଆନ ଯାନ ବିକ୍ରିର ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ହୋଣ୍ଡା ସବୁଠାରୁ ଅଧିକ ଗାଡି ବିକ୍ରି କରୁଥିବା କମ୍ପାନୀ ପାଲଟିଛି । ହୋଣ୍ଡା ସମୁଦାୟ ୩,୩୩,୯୨୭ ୟୁନିଟ୍ ଦୁଇଚକିଆ ଗାଡି ବିକ୍ରି କରିଛି । ଏହି ତାଲିକାରେ ଦ୍ବିତୀୟ ନମ୍ବରରେ ହିରୋ ମୋଟୋକର୍ପ ରହିଥିବାବେଳେ ତୃତୀୟ ସ୍ଥାନରେ ଟିଭିଏସ୍ ମୋଟର ରହିଛି । ହିରୋ ମୋଟୋକର୍ପ ସେପ୍ଟେମ୍ବରରେ ୨,୭୧,୩୯୦ ଗାଡି ବିକ୍ରି କରିଛି । ସେହିଭଳି ଟିଭିଏସ୍ ମୋଟର ୨,୨୧,୨୫୭ ୟୁନିଟ୍ ଗାଡି ବିକ୍ରି କରିଛି ।

ବଜାଜ ଚତୁର୍ଥ ସ୍ଥାନରେ ରହିଛି । ବଜାଜ ଅଟୋ ସମୁଦାୟ ୨,୧୪,୧୬୮ ଖଣ୍ଡ ଗାଡି ବିକ୍ରି କରିଛି । ତାଲିକାରେ ୫ମ ସ୍ଥାନରେ ସୁଜୁକି ମୋଟରସାଇକେଲ ରହିଛି । କମ୍ପାନୀ ୭୪,୨୮୭ ଗାଡି ବିକ୍ରି କରିଥିବାବେଳେ ଷଷ୍ଠ ସ୍ଥାନରେ ରୟାଲ ଏନଫିଲ୍ଡ ୫୭,୫୦୪ ଖଣ୍ଡ ବାଇକ ବିକ୍ରି କରିଛି । ସପ୍ତମ ସ୍ଥାନରେ ରହିଛି ୟାମାହା କମ୍ପାନୀ । ସମୁଦାୟ ୫୦,୦୬୫ ଗାଡି ବିକ୍ରି କରିଛି କମ୍ପାନୀ । ଅଷ୍ଟମ ସ୍ଥାନରେ ଓଲା ଇଲେକ୍ଟ୍ରିକ୍ ରହିଛି । କମ୍ପାନୀ ୨୪,୬୭୯ ଇ-ସ୍କୁଟର ବିକ୍ରି କରିଛି । ନବମ ସ୍ଥାନରେ ଏଥର ଏନର୍ଜି ୧୨,୭୧୮ ଖଣ୍ଡ ଇ-ସ୍କୁଟର ବିକ୍ରି କରିଛି । ଦଶମ ସ୍ଥାନରେ ଗ୍ରିଭ୍ସ ଇଲେକ୍ଟ୍ରିକ୍ ରହିଛି । କମ୍ପାନୀ ସମୁଦାୟ ୨୭୭୭ ଖଣ୍ଡ ଗାଡି ବିକ୍ରି କରିଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories