www.samajalive.in
Sunday, December 14, 2025
26.1 C
Bhubaneswar

ଜିଲାସ୍ତରୀୟ ଭିନ୍ନକ୍ଷମ ଅଧିକାର ଅଧିନିୟମ ସଚେତନତା ଶିବିର

କେନ୍ଦୁଝରଗଡ଼଼: ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଓଡ଼ିଶା ଏବଂ ଜିଲା ପ୍ରଶାସନ କେନ୍ଦୁଝରଙ୍କ ମିଳିତ ସହଯୋଗରେ ‘ଭିନ୍ନକ୍ଷମଙ୍କ ଅଧିକାର ଅଧିନିୟମ-୨୦୧୬ ‘ ସମ୍ପର୍କିିତ ଏକ ସଚେତନତା ଶିବିର ଏବଂ କ୍ୟାମ୍ପ କୋର୍ଟ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାରହଲଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତତୀ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମଙ୍କ ଅଧିକାର ଓ ସରକାରୀ ଯୋଜନା ସମ୍ପର୍କରେ ତୃଣମୂଳସ୍ତରରେ କାମ କରୁଥିବା କର୍ମଚାରୀ ଓ ସ୍ୱେଛାସେବୀ ସଙ୍ଗଠନ ଏବଂ ଗଣମାଧ୍ୟମର ପ୍ରତିନିଧି ସମସ୍ତେ ବ୍ୟାପକ ଜନଜାଗରଣ ସୃଷ୍ଟି କରିପାରିଲେ ଭିନ୍ନକ୍ଷମମାନେ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳ ପାଇବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ଜୀବନକୁ ପୂର୍ଣ୍ଣାଙ୍ଗ କରିପାରିବେ ବୋଲି ମତ ଦେଇଥିଲେ। ସମସ୍ତ ଭିନ୍ନକ୍ଷମ ବ୍ୟକ୍ତି ନିଜର ମନୋବଳକୁ ସୁଦୃଢ କରି ସରକାରଙ୍କ ସମସ୍ତ ଯୋଜନାର ଫାଇଦା ନେବାକୁ ଆହ୍ୱାନ ଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ଭିନ୍ନକ୍ଷମଙ୍କ ଲାଗି ଉଦ୍ଦିଷ୍ଟ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ ଓ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବସନ୍ତ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମଙ୍କ ଅଧିକାର ଅଧିନିୟମ ୨୦୧୬ର ବିଭିନ୍ନ ଦିଗକୁ ନିଜ ଅଭିଭାଷଣରେ ଆଲୋକପାତ କରିଥିଲେ। ଭିନ୍ନକ୍ଷମ ଅଧିକାର ଅଧିନିୟମ-୨୦୧୬ ସଂକ୍ରାନ୍ତରେ ମୁଖ୍ୟବକ୍ତା ରାମ କିଶୋର ଶର୍ମା ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଉପଖଣ୍ଡ ଓ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ, କନିଷ୍ଠ ସହାୟକ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ବ୍ଲକ ରିସୋର୍ସ ଟିଚର ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories