www.samajalive.in
Sunday, December 7, 2025
15.1 C
Bhubaneswar

ମା’ବଗଳାଦେବୀଙ୍କ ପୀଠରେ ଶାରଦୀୟ ପୂଜା

ପିପିଲି: ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମ ସ୍ଥିତ ମା ବଗଳାଦେବୀଙ୍କ ପୀଠରେ ଚାଲିଛି ନବଦିନାତ୍ମକ ଶାରଦୀୟ ପାର୍ବଣ ଉତ୍ସବ। ଏଥିପାଇଁ ସମଗ୍ର ଅଞ୍ଚଳ ଏବେ ଉତ୍ସବମୁଖର ହୋଇଉଠିଛି। ଦାଣ୍ଡମୁକୁନ୍ଦପୁର ଓ ଏହାର ଆଖପାଖ ଅଞ୍ଚଳର ଅନ୍ୟତମ ଶକ୍ତିପୀଠ ଭାବେ ପରିଚିତ ଏହି ଦେବୀପୀଠ ଏବେ ଚଣ୍ଡିପାଠରେ ମୁଖରିତ ହେଉଥିବା ବେଳେ ମନସ୍କାମନା ପୁରଣ ପାଇଁ ପ୍ରତ୍ୟହ ସଂନ୍ଧ୍ୟାରେ ମାନସୀକଧାରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ବେଶ୍ ଭିଡ ପରିଲକ୍ଷିତ ହେଉଛି। ମା ବଗଳାଦେବୀଙ୍କ ନବଦିନାତ୍ମକ ପାର୍ବଣ ଉତ୍ସବ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ବେଳେ ପୀଠର ମୁଖ୍ୟପଣ୍ଡିତ ଦେବାଶିଷ ନନ୍ଦଙ୍କ ତତ୍ତ୍ୱାବଧାନରେ ୧୫ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ନିର୍ବାହିତ ହେଉଛି। ଦାଣ୍ଡମୁକୁନ୍ଦପୁର ସ୍ଥିତ ଭକ୍ତ ସାଲବେଗଙ୍କ ପୀଠ ନିକଟରେ ଥିବା ଏହି ପ୍ରସିଦ୍ଧ ଶକ୍ତିପୀଠରେ ନବଦିନାତ୍ମକ ପୂଜାତ୍ସୋବ ସମୟରେ ନଅଟି ବୋଧନ ଦ୍ରବ୍ୟରେ ଠାକୁରାଣୀ ସଂସ୍କାର ହୋଇଥାନ୍ତି। ଏହି ପୀଠରେ ପିତାମ୍ବରୀ ତନ୍ତ୍ର ବିଧାନରେ ଉତ୍କଳୀୟ ପଦ୍ଧତିରେ ମା’ବଗଳାଦେବୀଙ୍କର ନିତ୍ୟ ପୂଜା, ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା, ପଞ୍ଚସ୍ନାନ, ବୋଧନ, ବେଶ, ବଲ୍ଳଭ, ଚଣ୍ଡୀ ପାଠ, ମଧ୍ୟାହ୍ନ ଧୂପ, ଶୋଡଷୋପଚାର ପୂଜା ଓ ପହୁଡ ପରେ ସପ୍ତସପ୍ତୀ ଚଣ୍ଡୀ ପାଠ, ସଂନ୍ଧ୍ୟା ଆଳତି, ଜପ, ହୋମ, ବଳିଦାନ, ଅପରାଧ କ୍ଷମା ଓ ବଡସିଂହାର ବେଶ ପରେ ପହୁଡ ନୀତି ସମାପନ ହୋଇଥାଏ। ଷଷ୍ଠୀ ଠାରୁ ୫ଦିନ କାଳ ମନ୍ଦିର ପରିସରରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଠାକୁରାଣୀଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥାନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories