www.samajalive.in
Friday, December 12, 2025
16.1 C
Bhubaneswar

ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ନିର୍ଘଣ୍ଟ, ସକାଳ ୪ଟାରୁ ଦ୍ବାର ଫିଟା ପାଇଁ ନିଷ୍ପତ୍ତି

ପୁରୀ: ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ନିର୍ଘଣ୍ଟକୁ ଆଜି ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଅନୁମୋଦିତ ନୀତିନିର୍ଘଣ୍ଟ ଅନୁସାରେ, ସକାଳ ୪ଟାରୁ ଦ୍ବାର ଫିଟା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ ତଥା ଶୃଙ୍ଖଳିତ ଦର୍ଶନ ସକାଶେ ପଦକ୍ଷେପ ଗ୍ରହଣ ପାଇଁ ଖୁବଶୀଘ୍ର ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସ୍ତରରେ ବୈଠକ କରି ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ଆଜିର ଛତିଶାନିଯୋଗ ବୈଠକରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା । ପୂର୍ବରୁ ପରିଚାଳନା କମିଟି ଏନେଇ ଅବଢା ଯୋଜନାରେ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସେସମ୍ପର୍କରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକ ଏବଂ ଜିଲ୍ଲାପାଳଙ୍କୁ ଅଧିକୃତ କରିଥିଲେ । ଆଜିର ବୈଠକରେ ଓବିସିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଦର୍ଶନ ଯୋଜନା ସମ୍ପର୍କିତ ଏକ ଉପସ୍ଥାପନା କରାଯାଇଥିଲା ।

- Advertisement -

ଏଥିରେ ଦର୍ଶନାର୍ଥୀଙ୍କ ପାଇଁ ନାଟମଣ୍ଡପରେ ସ୍ବତନ୍ତ୍ର ଧାଡି କରାଯିବା ସହ ସୁଉଚ୍ଚ ରାମ୍ପର ପ୍ରସ୍ତାବ ରହିଛି । ଏନେଇ ହୋଇଥିବା ଉପସ୍ଥାପନାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହେବା ସହ ଓବିସିସିର ପ୍ରସ୍ତାବିତ ଯୋଜନାକୁ ଛତିଶାନିଯୋଗ ଅନୁମୋଦନ ପ୍ରଦାନ କରିଥିଲେ । ଏନେଇ ପରବର୍ତ୍ତୀ ପଦକ୍ଷେପ ନେବାକୁ ଓବିସିସିକୁ ଅନୁରୋଧ କରାଯାଇଥିଲା । ତେବେ ଏହି ଦର୍ଶନ ବ୍ୟବସ୍ଥା ଦ୍ବାରା ମହାପ୍ରଭୁଙ୍କ ସେବାପୂଜା ଯେପରି କୌଣସି ଭାବେ ପ୍ରଭାବିତ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ମତ ପ୍ରକାଶ ପାଇଥିଲା ।

ଏହାଦ୍ବାରା ଯଦି କୌଣସି ସେବକ ପ୍ରଭାବିତ ହେବେ, ସେଥିପ୍ରତି ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଆଲୋଚନା ହୋଇଥିଲା । ଏଥି ସହିତ ଓବିସିସି ଦ୍ବାରା ଶ୍ରୀମନ୍ଦିର ନାଟମଣ୍ଡପରେ ଏ.ସି ସଂସ୍ଥାପନ କରାଯିବା ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ଛତିଶାନିଯୋଗ ଅନୁମୋଦନ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ନାଟମଣ୍ଡପର ସୁରକ୍ଷା ପ୍ରତି ଧ୍ଯାନ ଦେଇ ଏ.ଏସ୍.ଆଇ. ର ପରାମର୍ଶ ନେଇ ସମସ୍ତ କାର୍ଯ୍ଯ କରିବାକୁ ଓବିସିସିକୁ କୁହାଯାଇଛି।

ବୈଠକରେ ଉପସ୍ଥିତି ତଥା ଆଲୋଚନାରେ ଅଂଶଗ୍ରହଣ କରିବା ସକାଶେ ସମସ୍ତ ନିଯୋଗକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢ଼ୀ। ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଏ.ଏସ.ଆଇ ଅଧୀକ୍ଷକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁଲିସ୍ ପ୍ରଶାସନ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories