ପର୍ଯ୍ୟଟକଙ୍କ ଗାଡି ଓଲଟିଲା, ଯାତ୍ରୀ ସୁରକ୍ଷିତ

ପାଟଣା : ଢେଙ୍କିକୋଟରୁ ଭୀମକୁଣ୍ଡ ଆସୁଥିବା ଏକ ପର୍ଯ୍ୟଟକ ଗାଡି ମଙ୍ଗଳବାର ଅପରାହ୍ନ ପାଖାପାଖି ୪ଟା ସମୟରେ ଡୁମୁରିଆ ନିକଟରେ ଭାରସାମ୍ୟ ହରାଇ ବିଲକୁ ଚାଲି ଯାଇ ଓଲଟି ପଡିଥିଲା। ଗାଡ଼ିରେ ୨ ଜଣ ପୁରୁଷ ଓ ଜଣେ ମହିଳା ଥିଲେ । ତେବେ ସମସ୍ତେ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାଗ୍ରସ୍ତ ଗାଡିଟିକୁ ଏହି ବଙ୍ଗଳା ପର୍ଯ୍ୟଟକମାନେ ନିଜ ପ୍ରଚେଷ୍ଟାରେ ଉଠାଇ ନେଇ ଘଟଣାସ୍ଥଳରୁ ଫେରି ଯାଇଥିବା ଦେଖାଯାଇଥିଲା।

Comments are closed.