www.samajalive.in
Friday, December 12, 2025
26.1 C
Bhubaneswar

ପାଟଣା ବନ ବିଭାଗର ଚଢ଼ାଉ, କାଠ ବୋଝେଇ ପିକଅପ୍ ଜବତ 

ପାଟଣା : କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ମାଛଗଡ଼ ବିଟ ଅଧିନ କେନ୍ଦୁଯୋଡ଼ା ଗ୍ରାମରେ ଗତ ବିଳମ୍ବିତ ସନ୍ଧ୍ୟାରେ ବନବିଭାଗ ଅଚାନକ ଚଢ଼ାଉ କରି ୪୦ ଖଣ୍ଡ ଚୌକାଠ ଜବତ କରିବା ସହିତ ଏକ ମହିନ୍ଦ୍ରା ପିକଅପ ଗାଡିକୁ ଜବତ କରିବାରେ ସଫଳ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାରଙ୍କ ନେତୃତ୍ୱରେ ଏକ ଟିମ ସାହାରପଡା ସେକ୍ସନ କେନ୍ଦୁଯୋଡା ଗ୍ରାମରେ ରାତି ୧୦ଟା ବେଳେ ଅଚାନକ ଚଢ଼ାଉ କରିଥିଲେ। ବନବିଭାଗ  କର୍ମଚାରୀଙ୍କୁ ଦେଖି କାଠ ମାଫିଆ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇ ଯାଇଥିଲେ। ବନବିଭାଗ ଏକ ପିକଅପ ଗାଡି ସହିତ ୪୦ ଖଣ୍ଡ ଚୌକାଠ ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ହେବ ଜବତ କରି ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଛନ୍ତି। ଏହି ଚଢ଼ାଉରେ ପାଟଣା ବନାଞ୍ଚଳ ଅଧିକାରୀର ବନବିହାରୀ ସର୍ଦାର, ପାଟଣା ବନପାଳ ପିଅନ ନାଏକ ଓ ସାହାରପଡା ବନ କର୍ମଚାରୀ ଦୀପକ କୁମାର ରଣାଙ୍କ ସହିତ ପାରା କର୍ମଚାରୀମାନେ ସାମିଲ ଥିଲେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories