www.samajalive.in
Saturday, December 13, 2025
26.1 C
Bhubaneswar

ଇଣ୍ଡିଆ ମେଣ୍ଟ ମୁହାଁ ହେଉଛି କି ବିଜେଡି ?

ଭୁବନେଶ୍ବର : ହରିୟାଣା ଓ ଜମ୍ମୁ କାଶ୍ମୀରରେ ନିର୍ବାଚନ ଫଳାଫଳ ଆସିବାକୁ ଥିବାବେଳେ ବୁଥ୍‌ ବାହୁଡ଼ା ମତ ଇଣ୍ଡିଆ ମେଣ୍ଟ ସପକ୍ଷରେ ରହିଛି। ଏହାକୁ ନେଇ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟରେ ଥିବା ଦଳର ନେତା ଯେତିକି ଖୁସି; ବିଜେଡି ନେତା ତା’ଠୁ ବେଶି ଉତ୍ସାହିତ। ବିଜେଡି ନେତା ଖୋଲାଖୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ବିଜେଡି ନେତାଙ୍କ ଏପରି ଆଭିମୁଖ୍ୟକୁ ନେଇ ନୂଆ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରିକି ଦୀର୍ଘବର୍ଷ ହେଲା ସମଦୂରତ୍ବ କଥା କହି ଆସୁଥିବା ବିଜେଡି ଏବେ ଇଣ୍ଡିଆ ମେଣ୍ଟ ଆଡ଼କୁ ଢଳୁଥିବା ଚର୍ଚ୍ଚା ଜୋର୍‌ ଧରିଛି।
ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟ ଦିନକୁ ଦିନ ସୁଦୃଢ଼ ହେଉଛି।

ସାମାଜିକ ଗଣମାଧ୍ୟମରେ ଆମେ ଦେଖୁଛୁ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବଢୁଛି। ଇଣ୍ଡିଆ ମେଣ୍ଟରେ ବିଜେଡି ମିଶିବ କି ନାହିଁ, ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି ଦେବାଶିଷ। ସେହିପରି ପରୋକ୍ଷରେ ଇଣ୍ଡିଆ ମେଣ୍ଟ କଥା କହି ଆମ ଦେଶ ଇଣ୍ଡିଆ ଆଗକୁ ବଢୁ ବୋଲି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ଦୁଇ ବରିଷ୍ଠ ନେତାଙ୍କ ଏଭଳି ବୟାନ ବିଜେଡିର ଗତି କୁଆଡ଼େ ତାହା ଇଙ୍ଗିତ କରୁଛି। କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ଯେ, ସାରା ଦେଶରେ କଂଗ୍ରେସ ମଜଭୁତ ହେଉଛି। ଓଡ଼ିଶାରେ ପ୍ରଭାବ ପଡ଼ିସାରିଲାଣି। ଯିଏ ଏହି ମହାନ ସ୍ରୋତରେ ସାମିଲ ନହେବ ସିଏ ପଛରେ ରହିଯିବ।

- Advertisement -

ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ, ଓଡ଼ିଶାରେ ବିଜେପିର ଲୋକପ୍ରିୟତା ବଢୁଥିବାରୁ ବିଜେଡିର ଆଚରଣ ବଦଳିଛି। ଦଳ ଇଣ୍ଡିଆ ମେଣ୍ଟକୁ ସମର୍ଥନ କଲେ ବି ଓଡ଼ିଶାରେ ତା’ର କିଛି ପ୍ରଭାବ ପଡ଼ିବ ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories