ଜଳିଗଲା କଣ୍ଟେନର, ଚାଳକ ଜୀବନ୍ତ ଦଗ୍ଧ

କୁଚିଣ୍ଡା: ସଡକ ଦୁର୍ଘଟଣା ପରେ ଏକ କଣ୍ଟେନରରେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏମିତି ଦୁର୍ଘଟଣା ଘଟିଛି ଜମନକିରା ଜାତୀୟ ରାଜପଥ ୫୩ କଦଳୀପାଳ ନିକଟରେ  । ଏକ ଟ୍ରକ୍ ଓ କଣ୍ଟେନର ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ୨ଟି ଗାଡି ଜଳିଯାଇଥିଲା । ଏଥିରେ କଣ୍ଟେନରରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗାଡିରେ ଥିବା ଖଲାସି ଗୁରୁତର ହୋଇଛନ୍ତି ।

Comments are closed.