www.samajalive.in
Sunday, December 14, 2025
19.1 C
Bhubaneswar

ପୁଲିସର ପକ୍ଷପାତିତା ନୀତିକୁ ବିଜେଡିର ନିନ୍ଦା, ଏସପି ଅଫିସ ଆଗରେ ଧାରଣା ଦେବାକୁ ଚେତାବନୀ

ଆଠଗଡ: ପୁଲିସର ପକ୍ଷପାତିତା ନୀତି ଓ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଆଠଗଡ ବିଜେଡି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଶନିବାର ବିଜେଡି ତରଫରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଶାସକ ଦଳର ହାତବାରିସୀ ସାଜିଛି ବୋଲି ଅଭିଯୋଗ କରାଯାଇଛି । ଗଣତାନ୍ତ୍ରିକ ରାଷ୍ଟ୍ରରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ବା ସାଧାରଣ ଲୋକର ହକ୍ ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାର ଅଧିକାର ରହିଛି । ତେବେ ଗତ ୧ ତାରିଖରେ ଖୁଣ୍ଟୁଣୀ ଥାନା ସାମ୍ନାରେ ହିନ୍ଦ ମଜଦୁର ସଭା ଏବଂ ଆରତୀ ଷ୍ଟିଲ ଓ ପାୱାର ମଜଦୁର ୟୁନିୟନ ପକ୍ଷରୁ ବିଜେଡି ସମର୍ଥନରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଚାଲିଥିଲା । ଏହି ସମୟରେ ଶାସକ ଦଳର କିଛି ବ୍ୟକ୍ତି ବିଧାୟକଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟଙ୍କୁ ପୁଲିସ ଉପସ୍ଥିତିରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ୭/ ୮ ଯୁବକ ଦଳୀୟ ପତାକା ଧରି ଧାରଣରତ ଶ୍ରମିକମାନଙ୍କୁ ଆକ୍ରମଣ କରିଥିଲେ। ଏ ସଂକ୍ରାନ୍ତରେ ବିଜେଡିର କାର୍ଯ୍ୟାଳୟ ସଂପାଦକ ରଞ୍ଜନ କୁମାର ଜେନା ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖୁଣ୍ଟୁଣୀ ଥାନାରେ ମାମଲା ରୁଜୁ ହୋଇ ଆଠଗଡ ଜେଏମଏଫସିଙ୍କ ଅଦାଲତରେ ଫୌଜଦାରୀ ମାମଲା ଦାୟର ହୋଇଛି। ମାତ୍ର ଖୁଣ୍ଟୁଣୀ ପୁଲିସ ଶାସକ ଦଳ ଦ୍ବାରା ପ୍ରଭାବିତ ହୋଇ ଶାସକ ଦଳର ଯୁବକମାନଙ୍କ ଦ୍ଵାରା ଦିଆଯାଇଥିବା ଏକ ଆକ୍ରୋଶମୂଳକ ଏତଲାକୁ ଆଧାର କରି ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଅପରାଧୀ ପରି ସମ୍ପାଦକ ରଞ୍ଜନଙ୍କୁ ତାଙ୍କ ଆଠଗଡ ହେମାଳପୁର ଘରୁ ଗିରଫ କରି ନେଇଛି। ଉକ୍ତ ମାମଲାରେ ତାଙ୍କ ବିରୋଧରେ ଲାଗିଥିବା ଦଫା ଅନୁସାରେ ପୁଲିସ ଥାନାରୁ ଜାମିନ ଦେବାର ଆଇନରେ ବ୍ୟବସ୍ଥା ଥିଲେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ କୋର୍ଟ ଚାଲାଣ କରିଛି ।  ଯାହାକି ସଂପୂର୍ଣ୍ଣ ରୂପେ ବେନିୟମ, ଦମନମୂଳକ ଏବଂ ଅଗଣତାନ୍ତ୍ରିକ କାର୍ଯ୍ୟ ବୋଲି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ନିନ୍ଦା କରାଯାଇଛି। ପୁଲିସ ଏପରି ଦମନଲୀଳା ଓ ଅଗଣତାନ୍ତ୍ରିକ ଗିରଫଦାରୀ ବନ୍ଦ ନକଲେ ବିଜେଡି ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ଚେତାବନୀ ଦେଇଛି। ସାମ୍ବାଦିକ ସମ୍ମିଳନୀରେ ବ୍ଲକ ବିଜେଡି ସଭାପତି  ରବୀନ୍ଦ୍ରନାଥ ରାଉତ, ତିନି ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ସଦସ୍ୟା ଶାନ୍ତିଲତା ବେହେରା ଓ ସଦସ୍ୟା ମିନତୀ ଗାଗରାଇଙ୍କ ସମେତ ଜିଲ୍ଲା ଉପସଭାପତି ନୃସିଂହ ଚରଣ ମହାପାତ୍ର, ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories