ଜାପାନରେ ପ୍ରଚାର ପ୍ରସାର କରୁଛନ୍ତି ଶ୍ରୀକ୍ଷେତ୍ର ଐତିହ୍ୟ – ଶ୍ରୀକ୍ଷେତ୍ର ମିତ୍ର କୁନା ଦାଶ

ଡେସ୍କ: ଜାପାନରେ ଦୀର୍ଘ ୩୫ ବର୍ଷ ହେବ ରହୁଥିବା ଓ ଶ୍ରୀକ୍ଷେତ୍ର ପୁରୀର ଐତିହ୍ୟ, କଳା, ସଂସ୍କୃତି, ଭାଷା ଓ ଶିକ୍ଷାର ପ୍ରଚାର ପ୍ରସାର କରୁଥିବା କୁନା ଦାଶଙ୍କୁ ଶନିବାର ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଶ୍ରୀକ୍ଷେତ୍ର ମିତ୍ର ଭାବେ ନିଯୁକ୍ତ ଦେଇଛନ୍ତି। ଆଗାମୀ ଦିନରେ ପୁରୀକୁ ଅଧିକରୁ ଅଧିକ ବିଦେଶୀ ଓ ଭାରତ ପର୍ଯ୍ୟଟକଙ୍କ ସଂଖ୍ୟା କିପରି ବୃଦ୍ଧି ହେବ ସେ ନେଇ ଶ୍ରୀ ଦାଶ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ପୁରୀରେ ଜାପାନ ତଥା ବିଦେଶ ପର୍ଯ୍ୟଟକଙ୍କ ଆଗମନ ଏବଂ ଜାପାନର ଉନ୍ନତ ମାନର ଜ୍ଞାନ କୌଶଳ ପ୍ରୟୋଗ କରାଯାଇ କିପରି ପୁରୀ ସହରକୁ ସୁସଜ୍ଜିତ କରାଯିବ ସେ ନେଇ ଉଦ୍ୟମ ଜାରି ରହିବ ବୋଲି ଶ୍ରୀ ଦାଶ କହିଛନ୍ତି।

Comments are closed.