www.samajalive.in
Saturday, December 13, 2025
26.1 C
Bhubaneswar

କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ନୀତି ଓ ନିଷ୍ପତ୍ତି ବିକଶିତ ଭାରତ ପ୍ରତି ସମର୍ପିତ – ପ୍ରଧାନମନ୍ତ୍ରୀ

ଡେସ୍କ: ଯାଯାବର ଜନଜାତି ଓ ସମ୍ପ୍ରଦାୟର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତି ଏବଂ ନୀତି ବିକଶିତ ଭାରତ ପ୍ରତି ସମର୍ପିତ ଏବଂ କୃଷକମାନେ ଏହାର ପ୍ରମୁଖ ଭିତ୍ତିଭୂମି ଅଟନ୍ତି। ଶନିବାର ମହାରାଷ୍ଟ୍ରର ୱାଶିମଠାରେ ପ୍ରାୟ ୨୩ ହଜାର ୩୦୦ କୋଟି ଟଙ୍କାର କୃଷି ଓ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି। ବଞ୍ଜାରା ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ୱାଶିମର ପୋହରାଦେବୀଠାରେ ବଞ୍ଜାରା ବିରାସତ ସଂଗ୍ରହାଳୟକୁ ଉଦଘାଟନ କରିଥିଲେ। ଏହି ଚାରି ମହଲା ବିଶିଷ୍ଟ ସଂଗ୍ରହାଳୟରେ ୧୩ଟି ଗ୍ୟାଲେରୀ ରହିଛି, ଯେଉଁଥିରେ ଏହାର ନେତା ଓ ଆନ୍ଦୋଳନର ଚିତ୍ର ମାଧ୍ୟମରେ ବଞ୍ଜାରା ପରମ୍ପରା ଉପରେ ଆଲୋକପାତ କରାଯାଇଛି। ସମ୍ପ୍ରଦାୟର ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବା ପାଇଁ ସଂଗ୍ରହାଳୟ ପରିଦର୍ଶନ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ସନ୍ଥ ସେବାଲାଲ ମହାରାଜ ବଞ୍ଜାରା ତାଣ୍ଡବ ସମୃଦ୍ଧି ଅଭିଯାନର ଶୁଭାରମ୍ଭ କରିଥିଲେ, ଯାହାର ଉଦ୍ଦେଶ୍ୟ ଯାଯାବର ସମ୍ପ୍ରଦାୟର ବିକାଶ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ୯ କୋଟି ୪ ଲକ୍ଷ କୃଷକଙ୍କ ବ୍ୟାଙ୍କ ଖାତାକୁ ପିଏମ୍ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ସ୍ୱରୂପ ୨୦ ହଜାର କୋଟି ଟଙ୍କା ପଠାଇଥିଲେ। ଏହା ସହ ମହାରାଷ୍ଟ୍ରର ୯୦ ଲକ୍ଷ କୃଷକଙ୍କୁ ରାଜ୍ୟର ନମୋ ସେତକାରୀ ମହାସମ୍ମାନ ଯୋଜନାରେ ୧୯୦୦ କୋଟିରୁ ଅଧିକ ଟଙ୍କା ମିଳିଛି।

- Advertisement -

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଅର୍ଥନୈତିକ ପ୍ରଗତିର ନେତୃତ୍ୱ ନେବା ପାଇଁ ମହାରାଷ୍ଟ୍ରରେ ପ୍ରଚୁର ସମ୍ଭାବନା ରହିଛି ଏବଂ ଏହା ସେତେବେଳେ ବାସ୍ତବ ରୂପ ନେଇପାରିବ ଯେତେବେଳେ ଗରିବ, କୃଷକ, ଶ୍ରମିକ, ଦଳିତ ଏବଂ ଅବହେଳିତଙ୍କ ସଶକ୍ତୀକରଣ ପାଇଁ ଅଭିଯାନ ଜୋରଦାର ଭାବେ ଜାରି ରହିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories