www.samajalive.in
Saturday, December 13, 2025
21.1 C
Bhubaneswar

ସୁପ୍ରିମକୋର୍ଟ କ୍ୟାଣ୍ଟିନରେ ନିରାମିଷ ଖାଦ୍ୟକୁ ନେଇ କ୍ଷୁବ୍ଧ ହେଲେ ଓକିଲ

ନୂଆଦିଲ୍ଲୀ: ଗୁରୁବାରଠାରୁ ନବରାତ୍ରୀ ପର୍ବ ପାଳନ ଆରମ୍ଭ ହୋଇଛି। ନଅଦିନ ଧରି ଚାଲିବାକୁ ଥିବା ଏହି ପର୍ବ ସମୟରେ ହିନ୍ଦୁ ସଂପ୍ରଦାୟର ଲୋକେ ସାଧାରଣତଃ ନିରାମିଷ ଭୋଜନ ପସନ୍ଦ କରିଥାନ୍ତି। ତେବେ ନବରାତ୍ରୀ ଚାଲିଥିବାବେଳେ ସୁପ୍ରିମକୋର୍ଟ କ୍ୟାଣ୍ଟିନରେ ନିରାମିଷ, ଏପରିକି ବିନା ପିଆଜ ରସୁଣରେ ପ୍ରସ୍ତୁତ ଖାଦ୍ୟ ପରିବେଷଣ କରାଯିବ ବୋଲି ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହାକୁ ନେଇ ଓକିଲ ସଂଘ କ୍ଷୋଭପ୍ରକାଶ କରିଥିବା ଜଣାପଡିଛି। ଏହି ନିର୍ଦେଶନାମାକୁ ତୁରନ୍ତ ପରିବର୍ତ୍ତନ କରିବାକୁ କେତେକ ଓକିଲ ଇତିମଧ୍ୟରେ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନକୁ ଚିଠି ଲେଖିଛନ୍ତି। ଏଭଳି ନିୟମ ଭବିଷ୍ୟତରେ ଖରାପ ପରମ୍ପରା ସୃଷ୍ଟି କରିବ ବୋଲି ସେମାନେ କହିଛନ୍ତି। ପୂର୍ବଭଳି ସୁପ୍ରିମକୋର୍ଟ କ୍ୟାଣ୍ଟିନରେ ଆମିଷ, ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯିବା ଉଚିତ। ଯେଉଁମାନେ ନବରାତ୍ରୀ ପାଳନ କରୁଛନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଗଲେ ଉଚିତ ହେବ ବୋଲି ସେମାନେ ପ୍ରସ୍ତାବ ଦେଇଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories