www.samajalive.in
Sunday, December 14, 2025
26.1 C
Bhubaneswar

ଆଠଗଡ ସହରରେ ବିଜେଡିର ପଦଯାତ୍ରା

ଆଠଗଡ: ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ତାରିଖରୁ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଗତକାଲି ଗାନ୍ଧୀ ଜୟନ୍ତୀରୁ ଆଠଗଡର ବିଭିନ୍ନ ପଞ୍ଚାୟତରେ ପଦଯାତ୍ରା ଆରମ୍ଭ ହୋଇଛି।  ଗୁରୁବାର ଆଠଗଡ ଏନଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ବିଜୁ ଜନତା ଦଳର ନଗର ସଭାପତି ଶିଶିର ପ୍ରସାଦ ମାନସିଂହଙ୍କ ନେତୃତ୍ବରେ ଆରମ୍ଭ ହୋଇଛି। ୧ ନଂ ୱାର୍ଡ ଅନ୍ତର୍ଗତ ହେମମାଳପୁରଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ୨ନଂ, ୩ନଂ, ୭ନଂ ଓ ୮ନଂ ୱାର୍ଡର ସମସ୍ତ ସାହିବସ୍ତି ପରିକ୍ରମା କରି ଶେଷରେ ଉତ୍ତରାଚଣ୍ଡୀ ମନ୍ଦିରଠାରେ ସମାପ୍ତ ହୋଇଥିଲା। ପଦଯାତ୍ରାରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ଏନଏସି ଅଧକ୍ଷା ସସ୍ମିତା ରାଉତ, ୩ଜଣ ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ସୁଚିତ୍ରା ସାହୁ ଓ ରମେଶ ଚନ୍ଦ୍ର ଘଡାଇ, ବରିଷ୍ଠ ନେତା ଲକ୍ଷ୍ମୀନାରାୟଣ ଭଞ୍ଜ, ଛାତ୍ର ନେତା ଖାଲିଦ ମହମ୍ମଦଙ୍କ ସମେତ ସମସ୍ତ ଦଳୀୟ କାଉନସିଲର ଯୋଗଦେଇ ଉଦବୋଧନ ଦେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories