ନୂଆଦିଲ୍ଲୀ – କୌଣସି କାରଣ ନଥାଏ ବିମାନର ଉଡାଣ ବାତିଲ କରିବାରୁ ଗୋ-ଏୟାରକୁ ୯୮ ହଜାର ଟଙ୍କା ଜରିମାନା ଦେବାକୁ ପଡିଛି । ମୁମ୍ବାଇର ଜୟସ ପାଣ୍ଡ୍ୟା ୨୦୧୫ ମସିହା ଫେବ୍ରୁଆରୀ ୧୭ତାରିଖରେ ନିଜ ଝିଅର ବାହାଘର ପାଇଁ ଅହମ୍ମଦାବାଦରୁ ମୁମ୍ବଇ ତାଙ୍କର ବନ୍ଧୁ ବାନ୍ଧବ ଆସିବା ପାଇଁ ୨୫ଟି ଟିକେଟକୁ ୫୦ ହଜାର ଟଙ୍କା ଦେଇ କିଣିଥିଲେ । ମାତ୍ରା କୌଣସି କାରଣ ନ ଦର୍ଶାଇ ଗୋ ଏୟାର ତାହାର ବିମାନ ଉଡାଣକୁ ସେହି ଦିନ ବାତିଲ କରି ଦେଇଥିଲେ । ଜୟସ ପାଣ୍ଡ୍ୟା ବାଧ୍ୟ ହୋଇ ଅନ୍ୟ ଭିସ୍ତାରା ଏୟାର ଲାଇନର ୨୪ଟି ଟିକେଟକୁ ୮୮ ହଜାର୮୧୬ ଟଙ୍କା ଦେଇ କିଣିଥିଲେ । ତାଙ୍କର ଟଙ୍କା ଫେରସ୍ତ କରିବା ପାଇଁ ସେ ଗୋ ଏୟାର କର୍ତ୍ତୃପକ୍ଷଙ୍କୁ କହିଥିଲେ । ସେମାନେ ମାତ୍ର ୩ ହଜାର ଟଙ୍କାର ଏକ କ୍ରେଡିଟ୍ ଭାଉଚର ତାଙ୍କୁ ଦେଇଥିଲେ । ତାଙ୍କ ଆକାଉଣ୍ଟକୁ ଟଙ୍କା ଆସି ନଥିଲା । ଏହା ପରେ ସେ ଉପଭୋକ୍ତା ଅଦାଲତରେ ୨୦୧୬ ମସିହାରେ ଏକ ମାମଲା ରୁଜୁ କରିଥିଲେ ।
ହିନ୍ଦୁସ୍ତାନ ଟାଇମସ୍ରେ ବାହାରିଥିବା ଖବର ଅନୁଯାୟୀ ସେ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟଠାରୁ ସୂଚନା ଅଧିକାର ଆଇ ଅନୁସାରେ ସେ ଦିନର ବିମାନ ବାତିଲ ପାଇଁ କୌଣସି କାରଣ ନଥିବା ଓ ବିମାନର ସମୟ ପରିବର୍ତ୍ତନ ହୋଇ ନଥିବା ଜାଣିବାକୁ ପାଇଥିଲେ । ମାମଲା ଚାଲିଥିବା ସମୟରେ ଗୋ ଏୟାର ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ ନିର୍ଦେଶ ଅନୁସାରେ ବିମାନର ସମୟ ପରିବର୍ତ୍ତନ ହୋଇଥିବା ଜଣାଇଥିଲା । ଅନ୍ୟ କେତକ ପ୍ରମାଣ ଗୋ ଏୟାର ବିପକ୍ଷରେ ଯାଇଥିଲା । ଏହାପରେ ଉପଭୋକ୍ତା ଅଦାଲତ ଗୋ-ଏୟାରକୁ ଜୟସ ପାଣ୍ଡ୍ୟାଙ୍କର ଟିକେଟ ପାଇଁ ୫୦ ହଜାର ଟଙ୍କା ସହ ଅତିରିକ୍ତ ଖର୍ଚ୍ଚ ହୋଇଥିବା ୩୮,୮୧୬ ଟଙ୍କା ଓ ୧୦,୦୦୦ଟଙ୍କା କ୍ଷତି ପୂରଣ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।



