ଆସିଲା ଦେଶୀ ଫୋଲ୍ଡ ଫୋନ୍, ଦାମ୍ ମାତ୍ର..

ନୂଆଦିଲ୍ଲୀ : ଭାରତୀୟ ସ୍ମାର୍ଟଫୋନ୍ କମ୍ପାନୀ ଲାଭା ଶୁକ୍ରବାର ୪ ଅକ୍ଟୋବରରେ ନିଜ ନୂଆ ଲାଭା ଅଗ୍ନି ୩ ସ୍ମାର୍ଟଫୋନର ବଜାର ପ୍ରବେଶ କରିବ । ଏହା ପୂର୍ବରୁ ସ୍ମାର୍ଟଫୋନର ଫିଚର୍ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିଛି । କମ୍ପାନୀ ଏହି ସ୍ମାର୍ଟଫୋନର ଟିଜର ଜାରି କରିଛି । ଫୋନର ଦାମ୍ ୩୦ ହଜାର ଟଙ୍କାରୁ ମଧ୍ୟ କମ୍ ହେବ । ଏହା ସହିତ ଭାରତର ପ୍ରଥମ ଡୁଆଲ ଆମୋଲେଡ୍ ଡିସପ୍ଲେ ବିଶିଷ୍ଟ ଫୋନ୍ ହେବ । ବଜାର ପ୍ରବେଶ ପରେ ଗ୍ରାହକ ଏହାକୁ ଇ-କମର୍ସ ଓ୍ବେବସାଇଟ ଆମାଜନରୁ କିଣିପାରିବେ ।

ଲାଭା ଅଗ୍ନି ୩ରେ ୬.୭୮ ଇଞ୍ଚର ଫୁଲଏଚଡି ପ୍ଲସ୍ ୧.୫ କେ କର୍ଭ ଡିସପ୍ଲେ ମିଳିବ । ଡିସପ୍ଲେର ପିକ୍ ବ୍ରାଇଟନେସ୍ ୧୬୦୦ ନିଟ୍ସ ଏବଂ ପିକ୍ ରିଜୋଲ୍ୟୁସନ ୧୦୮୦ x୨୪୦୦ ପିକ୍ସେଲ ହୋଇପାରେ । ଏହାର ରିଫ୍ରେଶ୍ ରେଟ୍ ୧୨୦ ହର୍ଜ ହେବ । ଏଥିରେ କଷ୍ଟମାଇଜେବଲ ଆକ୍ସନ ବଟନ ହେବ ଯାହା ଆଇଫୋନରେ ମିଳିଥାଏ ।

ଏଥିରେ ୬୪ ଏମପିର ଟ୍ରିପଲ ରିୟର ଏଆଇ କ୍ୟାମେରା ସେଟଅପ୍ ହୋଇପାରେ । ଏହା ବ୍ୟତୀତ ୮ ଏମପିର ଅଲ୍ଟ୍ରା ଓ୍ବାଇଡ୍ ସେନ୍ସର ଏବଂ ୨ ଏମପିର ଡେପ୍ଥ ସେନ୍ସର ରହିବ । ଏହା ବ୍ୟତୀତ ସ୍ମାର୍ଟଫୋନରେ ସେଲ୍ଫି ଓ ଭିଡିଓ କଲିଂ ପାଇଁ ୩୨ ଏମପିର ସେଲ୍ଫି ସେନ୍ସର କ୍ୟାମେରା ମିଳିବ । ଲାଭା ଅଗ୍ନି ୩ରେ ମିଡିଆଟେକ୍ ଡାଇମେନ୍ସିଟି ୭୩୦୦ ଏସଓସି ପ୍ରୋସେସର ମିଳିପାରେ । ଏହା ବ୍ୟତୀତ ଏଥିରେ ଆଣ୍ଡ୍ରଏଡ୍ ୧୪ ଅପରେଟିଂ ସିଷ୍ଟମ ମିଳିପାରେ । ଫୋନରେ ୫ ହଜାର ଏମଏଏଚ୍ ବ୍ୟାଟେରୀ ମିଳିବ । ୮ ଜିବି ରାମ୍ ସହିତ ୨୫୬ ଜିବି ଷ୍ଟୋରେଜ୍ ରହିବ । ଫୋନର ଦାମ୍ ୩୦ ହଜାର ଟଙ୍କାରୁ ମଧ୍ୟ କମ୍ ହୋଇପାରେ ।

Comments are closed.