ବ୍ୟାଙ୍କରୁ ଫେରିବାବେଳେ ସାଢେ ୩ ଲକ୍ଷ ଲୁଟ୍
ଭୁବନେଶ୍ବର : ଭୁବନେଶ୍ବରରେ ଦିନ ଦ୍ବିପ୍ରହରେ ଭାଇ ଭଉଣୀଙ୍କଠାରୁ ସାଢେ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଚନ୍ଦ୍ରଶେଖରପୁର ଫେଜ୍ -୧ ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ସମୟରେ ଏମିତି ଘଟଣା ଘଟିଛି । ସାଢେ ୩ ଲକ୍ଷ ଟଙ୍କା ନେଇ ବ୍ୟାଙ୍କରୁ ଭାଇ-ଭଉଣୀ ଫେରିବାବେଳେ ବାଇକରେ ଆସି ଦୁର୍ବୃତ୍ତ ଟଙ୍କା ବ୍ୟାଗ୍ ଝାମ୍ପି ନେଇଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
Comments are closed.