www.samajalive.in
Sunday, December 14, 2025
23.1 C
Bhubaneswar

ହମାସ ମୁଖ୍ୟ ନିପାତ, ଗାଜାରେ ପ୍ରାଣ ହରାଇଲେଣି ୪୧,୭୮୮ ନାଗରିକ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ହମାସ ଯୁଦ୍ଧକୁ ୧ ବର୍ଷ ପୂରଣ ହେବାକୁ ଯାଉଛି। ଏହା ମଧ୍ୟରେ ଆତଙ୍କବାଦୀ ସଂଗଠନ ହମାସ ଏକ ପ୍ରକାର ନିଶ୍ଚହ୍ନ ହୋଇସାରିଲାଣି। ଗାଜାପଟିରେ ସରକାର ଚଳାଇଥିବା ହମାସର ମୁଖ୍ୟ ରହି ମୁସ୍ତାହା ମଧ୍ୟ ନିପାତ ହୋଇସାରିଛି। ୩ ମାସ ତଳେ ଇସ୍ରାଏଲର ଏକ ଏୟାରଷ୍ଟ୍ରାଇକରେ ମୁସ୍ତାହା ପ୍ରାଣ ହରାଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ପକ୍ଷରୁ କୁହାଯାଇଛି। ମୁସ୍ତାହା ଉତ୍ତର ଗାଜାରେ ଏକ ଭୂତଳ କମ୍ପାଉଣ୍ଡରେ ଲୁଚିଥିବାବେଳେ ରକେଟ ମାଡ଼ରେ ନିହତ ହୋଇଥିଲା। ମୁସ୍ତାହା ସହିତ ଅନ୍ୟ ଦୁଇ ହମାସ କମାଣ୍ଡର ସମେହ ସିରାଜ ଏବଂ ସମେହ ଔଦେହ ମଧ୍ୟ ପ୍ରାଣ ହରାଇଥିବା ଆଇଡିଏଫ ଗୁରୁବାର ଘୋଷଣା କରିଛି।

ଅନ୍ୟପଟେ ଗତ ୧ ବର୍ଷ ମଧ୍ୟରେ ଇସ୍ରାଏଲ-ହମାସ ଯୁଦ୍ଧରେ ୪୧ ହଜାର ୭୮୮ ଜଣ ନାଗରିକ ପ୍ରାଣ ହରାଇଥିବା ହମାସ ସରକାର ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୯୯ ଜଣ ନିହତ ହୋଇଛନ୍ତି। ଏହା ବ୍ୟତୀତ ୯୬ ହଜାର ୭୯୪ ଜଣ ଆହତ ହୋଇଥିବା ସେ କହିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories