www.samajalive.in
Friday, December 5, 2025
20.1 C
Bhubaneswar

ରୂପା ଗାଙ୍ଗୁଲୀ ଗିରଫ

କଲକାତା: ପଶ୍ଚିମବଙ୍ଗର କଲକାତାରେ ବିଜେପିର ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲୀଙ୍କୁ ଗିରଫ କରିଛି ପୁଲିସ। ସେ ବାଂସଦ୍ରୋଣୀ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ବୁଧବାର ସାରା ରାତି ସେ ଥାନା ସମ୍ମୁଖରେ ଧାରଣ ଦେଇଥିଲେ। ସୂଚନା ମୁତାବକ, ଧାରଣା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା। ସାରା ରାତି ରୂପା ଗାଙ୍ଗୁଲୀ ଥାନା ବାହାରେ ବସି ରହିଥିବାବେଳେ ଗୁରୁବାର ପଶ୍ଚିମବଙ୍ଗ ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କୁ ଗିରଫ କରି ଲାଲବଜାର ନିଆଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବାଂସଦ୍ରୋଣୀରେ ଘଟିଥିବା ସଡ଼କ ଦୁର୍ଘଟଣା ପ୍ରସଙ୍ଗରେ ପୁଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ବିକ୍ଷୋଭ କରିଥିଲେ। ରୂପା ଗାଙ୍ଗୁଲି କହିଥିଲେ ଯେ, ଯେପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିଛି ସେପର୍ଯ୍ୟନ୍ତ ସେ ଥାନା ଆଗରେ ବିରୋଧ ପ୍ରଦର୍ଶନ ଜାରି ରଖିବେ। ତାଙ୍କୁ ମନାଇବା ପାଇଁ ପୁଲିସ ମଧ୍ୟ ଯଥାସମ୍ଭବ ଚେଷ୍ଟା କରିଥିଲା, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories