www.samajalive.in
Sunday, December 14, 2025
26.1 C
Bhubaneswar

ଧାମରା ପଞ୍ଚାୟତରେ ମା’ ପାଇଁ ଗଛଟିଏ

ଧାମରା: ଧାମରା ପଂଚାୟତରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶକୁ ସନ୍ତୁଳିତ ରଖିବା ବିଜେପି କାର୍ଯ୍ୟକର୍ତାଙ୍କ ମୁଖ୍ୟ ଉଦ୍ୱେଶ ଥିବା ବେଳେ ଅଞ୍ଚଳରେ ଏହି ବୃକ୍ଷ ରୋପଣ ଦ୍ୱାରା କିପରି ଜଳବାୟୁ ର ଉପଯୋଗ ମଧ୍ୟ ଠିକ ଭାବେ ହୋଇ ପାରିବ ସେ ବିଷୟରେ ସାଧାରଣ ଜନତାଙ୍କୁ ମଧ୍ୟ ସଚେତନ କରାଇଥିଲେ। ବିଜେପି ଯୁବମୋର୍ଚା ପକ୍ଷରୁ ନରସିଂହପୁର ହାଟ ପଡ଼ିଆ, ଧାମରାଇ ହାସ୍କୁଲ ପ୍ରାଙ୍ଗଣ, ମା ଧାମରାଇ +୨ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ, ଧାମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ନୂତନ) ପଡ଼ିଆରେ ସଫେଇ ସମେତ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେଧାମରା ପଂଚାୟତର ସମିତିସଭ୍ୟ ପ୍ରିୟରଞନ ଜେନା,ପ୍ରଦ୍ୱୀପ ରାଉତ, ନିକୁଞ ମଲିକ, ଅଶୋକ ରାଉତ, ପୂର୍ଣଚନ୍ଦ୍ର ପାଣି,ପ୍ରୀତିରଞନ ତ୍ରିପାଠୀ, ତାପସ ନାୟକ, ତପନ ସାହୁ, ବିଶ୍ୱନାଥ ରାଉତ, ମାନଗୋବିନ୍ଦ ପରିଡା, କିଶୋର ବେହେରା ନାରାୟଣ ମହାଳିକ, ହୃଶିକେଶ ସାହୁ, ବିଜୟ କୁମାର ନାୟକ, ସାଗର କୁମାର ଜେନା,ନିରୋଦ କୁମାର ନାୟକ ଙ୍କ ସମେତ ବହୁ ବିଜେପି ଯୁବ ମୋର୍ଚା ର ସଦସ୍ୟ ଉପସ୍ଥିତ ଥିବା ବେଳେ ଧାମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡା;ଜନ୍ମେଞୟ ବେହେରା ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଅନୁରୋଧ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories