www.samajalive.in
Sunday, December 14, 2025
26.1 C
Bhubaneswar

ବୈତରଣୀରେ କୁମ୍ଭୀର, ନଦୀକୂଳିଆ ଭୟଭୀତ

ଆରଡ଼ି: ଆରଡ଼ି ନିକଟସ୍ଥ ବୋଡକ ଓ ସାଠିବାଙ୍କୁଡା ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀନଦୀରେ ମଙ୍ଗଳବାର ୧୬/୧୭ଫୁଟ ଲମ୍ବର ଏକ ହିଂସ୍ର କୁମ୍ଭୀର ଦୀର୍ଘ ସମୟ ଧରି ଘୁରି ବୁଲୁଛି। ଫଳରେ ନଦୀକୂଳିଆ ଲୋକ ଭୟଭୀତ ହୋଇପଡ଼ିବା ସହ ଇଟା ପଥର ଦ୍ବାରା କୁମ୍ଭୀରକୁ ଘଉଡ଼ାଇଥିଲେ। ବିଶେଷକରି ନଦୀକୂଳିଆ ଅଞ୍ଚଳର ଲୋକମାନେ ପ୍ରତିଦିନ କିଏ ମାଛ ମାରିବାକୁ ଯାଇଥାଏ ତ ଆଉକିଏ ପାଣି ଆଣିବାକୁ ଯାଇଥାନ୍ତି। ଏପରିକି ନଦୀକୂଳିଆ ଲୋକଙ୍କ ଚଳପ୍ରଚଳ ପାଇଁ ନଦୀପଠାରେ ଘାଟ ନିର୍ମାଣ କରାଯାଇଛି। ହେଲେ ତାରବାଡ ନ ଥିବାରୁ ଅନେକ ସମୟରେ ହିଂସ୍ର କୁମ୍ଭୀର ଶୋଇ ରହୁଛନ୍ତି। ଅନ୍ୟପଟେ ଭଦ୍ରକ ବଣ୍ୟ ପ୍ରାଣୀ ବିଭାଗ ପକ୍ଷରୁ ବୈତରଣୀ ନଦୀର ୩/୪ଟି ସ୍ଥାନରେ ସଚେତନତା ଫଳକ ଲଗାଯାଇଥିଲେ ମଧ୍ୟ ନଦୀକୂଳରେ ତାରବାଡ ନ ଥିବାରୁ ହିଂସ୍ର କୁମ୍ଭୀର କେତେବେଳେ ମଣିଷଙ୍କୁ ତ ଆଉ କେତେବେଳେ ଗୃହପାଳିତ ପଶୁଙ୍କୁ ଝାମ୍ପି ନେଉଥିବା କହିଛନ୍ତି ନଦୀକୂଳିଆ ଲୋକମାନେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories