www.samajalive.in
Saturday, December 13, 2025
26.1 C
Bhubaneswar

ଆପଲ୍‌ ଫେଷ୍ଟିଭ୍‌ ଅଫର: ଆଇଫୋନ୍ ସହ ସମସ୍ତ ଉତ୍ପାଦ ଉପରେ ବଡ଼ ରିହାତି

ସମାଜ ଡିଜିଟାଲ ଡେସ୍କ: ଆପଲ୍ ପକ୍ଷରୁ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ନୂଆ ନିଷ୍ପତ୍ତି ନିଆଯାଇଛି। ଏଥିରେ ୟୁଜରଙ୍କୁ ବଡ଼ ଧରଣର ରିହାତି ମିଳିବାକୁ ଯାଉଛି, କାରଣ କମ୍ପାନୀ ଆଣୁଛି ଫେଷ୍ଟିଭ୍ ଅଫର୍। ଦୀପାବଳିକୁ ଧ୍ୟାନରେ ରଖି ଆପଲ୍ ଆଣୁଛି ଦମ୍‌ଦାର ଅଫର୍। ବିଶେଷ କଥା ହେଉଛି, ଏହି ଅଫରର ଲାଭ ଉଠାଇବାକୁ ହେଲେ ଆପଣଙ୍କୁ ଆପଲ୍‌ର ଅଫିସିଆଲ୍ ସାଇଟ୍‌କୁ ଯିବାକୁ ପଡ଼ିବ। ଏଥିସହ ଆପଲ୍ ଷ୍ଟୋରରୁ ମଧ୍ୟ ମିଳିପାରିବ ଏହି ଅଫର।

ଆପଲ୍ ଉତ୍ପାଦ ଡିଲ୍‌କୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ରହିଛି, କିନ୍ତୁ ରିପୋର୍ଟରେ ଦାବି କରାଯାଇଛି ଯେ, ସମସ୍ତ ଉତ୍ପାଦ ଉପରେ ଏହି ଡିଲ୍ ଉପଲବ୍ଧ ହେବ। ଆଇଫୋନ୍ ରିହାତି ପାଇଁ ଲୋକେ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଏହି ଅବଧି ମଧ୍ୟରେ ସେମାନେ ଏହି ରିହାତି ପାଇପାରିବେ। ଏହି ରିହାତି ଅବଧିରେ ଲୋକେ ସୁଲଭ ମୂଲ୍ୟରେ ଅନେକ ଜିନିଷ ପାଇବାକୁ ଯାଉଛନ୍ତି। ସାଧାରଣତଃ ଆପଲ୍ ଏୟାରପୋଡ୍ ଉପରେ ବହୁତ କମ୍ ରିହାତି ମିଳିଥାଏ, କିନ୍ତୁ ଏବେ ଏସବୁ ଉତ୍ପାଦ ଉପରେ ମଧ୍ୟ ଆକର୍ଷଣୀୟ ରିହାତି ମିଳିବାକୁ ଯାଉଛି।

- Advertisement -

ଯଦି ଆପଣ ମଧ୍ୟ ବମ୍ପର ରିହାତି ସହ ଆଇଫୋନ୍ କିମ୍ବା ଅନ୍ୟ କୌଣସି ଆପଲ୍ ଉତ୍ପାଦ କିଣିବାକୁ ଚାହୁଁଛନ୍ତି, ତେବେ ଆଜି ହିଁ ଏହାକୁ ନିଜ ତାଲିକାରେ ସାମିଲ କରିପାରିବେ। କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ ଅଫରଗୁଡ଼ିକ ଘୋଷଣା କରାଯାଇ ନାହିଁ, କିନ୍ତୁ କମ୍ପାନୀ ନିଶ୍ଚିତ କରିଛି ଯେ, ଅକ୍ଟୋବର ୩ରୁ ୟୁଜରଙ୍କୁ ଏହି ସେଲ୍ ମିଳିବାକୁ ଯାଉଛି। ଆପଲ୍ ସେଲ୍ ଘୋଷଣା ପରେ ଲୋକେ ଉତ୍ସାହର ସହ ଏହାକୁ ଅପେକ୍ଷା କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories