www.samajalive.in
Wednesday, December 10, 2025
14.1 C
Bhubaneswar

ନିଖୋଜର ୬ ଦିନ ପରେ କଳାହାଣ୍ଡିରୁ ନାବାଳିକା ଉଦ୍ଧାର

ତୁମୁଡିବନ୍ଧ : ଗତ ୮ତାରିଖରେ ନିଖୋଜ ଥିବା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ମାଲିପଡା ଅଞ୍ଚଳର ଜଣେ ନାବାଳିକାକୁ ତୁମୁଡିବନ୍ଧ ପୁଲିସ ୧୪ ତାରିଖ ଦିନ କଳାହାଣ୍ଡି ଜିଲ୍ଲାର ରାମପୁର ନିକଟସ୍ଥ ଗୁଣ୍ଡୁରୁପି ଗ୍ରାମରୁ ଉଦ୍ଧାର କରାଯାଇଥିଲା। ଏ ସମ୍ପର୍କରେ ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ନାବାଳିକାଟି ତାର ବଡ଼ ଭଉଣୀର ଦେହ ଖରାପ ଥିବାରୁ ତାକୁ ଦେଖିବାକୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲା। ତାପରେ ସେଠାରୁ ମିଠା ଆଣିବାକୁ ସ୍ଥାନୀୟ ଆମ୍ବେଦକର ଛକକୁ ଯାଇ ଆଉ ଫେରି ନଥିଲା। ଏନେଇ ନାବାଳିକାର ବାପା ତୁମୁଡିବନ୍ଧ ଥାନା ରେ ଏତଲା ଦେଇଥିଲେ। ମଙ୍ଗଳବାର ଦିନ କୌଣସି ମତେ ଖବର ପାଇ ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ, ଏଏସ୍‌ଆଇ ତ୍ରିଲୋଚନ ପ୍ରଧାନ, ମହିଳା କନଷ୍ଟେବଳ ନମିତା ଘୋଟାଲ ପ୍ରମୁଖ କଳାହାଣ୍ଡି ଜିଲ୍ଲା ରାମପୁର ନିକଟସ୍ଥ ଗୁଣ୍ଡୁରୁପି ଠାରୁ ନିଖୋଜ ଥିବା ନାବାଳିକାକୁ ଉଦ୍ଧାର କରିଥିଲେ। ନାବାଳିକାକୁ ଫୁଲବାଣୀ ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯାଇଥିବା ତୁମୁଡିବନ୍ଧ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ଥାନା ଅଧିକାରୀ କହିଛନ୍ତି। ନାବାଳିକା ନିଖୋଜ ପଛର କାରଣ ଜଣାପଡିନାହିଁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories