www.samajalive.in
Friday, December 12, 2025
15.1 C
Bhubaneswar

୧୫ ଫୁଟ ମାଟି ତଳୁ ମୂଲ୍ୟବାନ ଧାତୁର ମୂର୍ତ୍ତି ଉଦ୍ଧାର

ଆରଡି: ଆରଡ଼ିପୀଠର ବାବା ଆଖଣ୍ଡଳମଣି ମନ୍ଦିର ସନ୍ନିକଟ ଜଣେ ସେବାୟତଙ୍କ ଘର ଭିତର ମାଟି ତଳୁ ବିରଳ ମୂର୍ତ୍ତି ସହ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଓ ଅନ୍ୟ ଧାତୁର ସାମଗ୍ରୀ ଉଦ୍ଧାର ହୋଇଛି। ଏହି ଘଟଣାକୁ ଲୋକଲୋଚନକୁ ନ ଆଣି ଚପାଇ ଦେବାକୁ ଉଦ୍ୟମ ଚାଲୁଥିବାବେଳେ ମୁଁହ ଖୋଲିଛନ୍ତି ଉଦ୍ଧାର କରିଥିବା ପଣ୍ଡିତ ନରୋତ୍ତମ ମିଶ୍ର । ସୂଚନା ମୁତାବକ ବାବା ଆଖଣ୍ଡଳମଣି ମନ୍ଦିରର ସେବାୟତ ରବି ନାରାୟଣ ମିଶ୍ରଙ୍କ ଘରେ କିଛି ଦିନ ପୂର୍ବରୁ  କିଛି ଅଲୌକିକ ଘଟଣା ଘଟିବାରୁ ସେ ବେଦଚାର୍ଯ୍ୟ ଭୁତତ୍ୱ ପଣ୍ଡିତ ନରୋତ୍ତମ ମିଶ୍ରଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ନିର୍ଦେଶ କ୍ରମେ ସେବାୟତଙ୍କ ଘରେ ପୂଜାପାଠ, ହୋମଯଜ୍ଞ କରଯାଇଥିଲା । ଘର ଭିତରେ ୬ଫୁଟ ଲମ୍ବ ଓ ୬ଫୁଟ ଓସାର  ବିଶିଷ୍ଟ ୧୫ଫୁଟ ଗଭୀରର ଏକ ଗର୍ତ୍ତ  ଖୋଳିବା ପରେ ଏକ ପିତଳଗରା ଭର୍ତ୍ତି  ବିଭିନ୍ନ ପ୍ରକାର ଧାତୁର ସାମଗ୍ରୀ, ସ୍ୱର୍ଣ୍ଣ ଅଳଙ୍କାର ସହ  ଶିବ , ପାର୍ବତୀ, ଗଣେଷ, କାର୍ତ୍ତିକ , ବୃଷଭ ଆଦି ବିରଳ  ମୂର୍ତ୍ତି ଉଦ୍ଧାର କରାଯାଇଛି । ପଣ୍ଡିତ ନରୋତ୍ତମ ମିଶ୍ର ଉଦ୍ଧାର ହୋଇଥିବା ସମସ୍ତ ଅଳଙ୍କାର ଓ ମୂର୍ତ୍ତି ସୁନା ହୋଇଥିବା ବୋଲି ଦାବି କରିବା ସହ ଏହା ବାବା ଆଖଣ୍ଡଳମଣିଙ୍କର  ସମ୍ପତ୍ତି ହୋଇପାରେ ବୋଲି ଦୃଢତାର ସହ  କରିଛନ୍ତି । ଅନ୍ୟ ପକ୍ଷରେ ସେବାୟତ ରବିନାରାୟଣ ଅଳଙ୍କାର କଥା ଅସ୍ବୀକାର କରିବା ସହ  ମୂର୍ତ୍ତି ଗୁଡ଼ିକ ପିତଳ ଧାତୁରେ ଗଢ଼ା ବୋଲି କହିଛନ୍ତି । ହେଲେ ଦେଖିବାକୁ ବାକି ରହିଲା ଉଦ୍ଧାର ହୋଇଥିବା ବହୁ ପୁରାତନ ମୂର୍ତ୍ତି କେଉଁ ଧାତୁରେ ନିର୍ମିତ। ଏପରି ଖବର ପାଇବା ପରେ ରବିନାରାୟଣଙ୍କ ଘରେ ଦିନତମାମ ସ୍ଥାନୀୟ ଲୋକଙ୍କ ଭିଡ ଲାଗିଥିଲେ ମଧ୍ଯ କାହାରିଙ୍କୁ ମୂର୍ତ୍ତି ଦେଖାଉନଥିବା କହିଛନ୍ତି  ଦେଖାଣହାରୀ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories