www.samajalive.in
Monday, December 8, 2025
24.1 C
Bhubaneswar

‘ଧୁମ୍‌‌-୪’ରେ ନଜର ଆସିବେ ଏହି ଷ୍ଟାର; ଅଭିଷେକ ବଚ୍ଚନ ଓ ଉଦୟ ଚୋପ୍ରା ଆଉଟ

ସମାଜ ଡିଜିଟାଲ ଡେସ୍କ: ବଲିଉଡର ସବୁଠାରୁ ଲୋକପ୍ରିୟ ଫିଲ୍ମ ମଧ୍ୟରେ ଅନ୍ୟତମ ହେଉଛି ‘ଧୁମ୍‌‌’। ଏହାର ଧୁମ୍‌‌ ର ୧,୨,୩ର ସଫଳତା ପରେ ଧୁମ୍‌‌-୪କୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି। ଏବେ ଫିଲ୍ମକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଧୁମ୍‌‌-୪ରେ ଏଥର ଖଳନାୟକ ଭାବେ ନଜର ଆସିବେ ରଣବୀର କପୁର। ଏହାସହିତ ଫିଲ୍ମରୁ ଅଭିଷେକ ବଚ୍ଚନ ଓ ଉଦୟ ଚୋପ୍ରାଙ୍କୁ ବାଦ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ‘ଧୁମ୍‌‌’ ଫିଲ୍ମର ସବୁ ସିରିଜରେ ଉଦୟ ଚୌପ୍ରା ନଜର ଆସିଥିଲେ। ଉଦୟଙ୍କ ଦମଦାର ଅଭିନୟ ଓ କମେଡି କରିବାର ଶୈଳୀକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଏବେ କିନ୍ତୁ ଧୁମ୍‌‌-୪ରୁ ତାଙ୍କୁ ବାଦ ଦିଆଯାଇଛି। ଫିଲ୍ମକୁ ନେଇ ଆଦିତ୍ୟ ଚୋପ୍ରା କହିଛନ୍ତି ଧୁମ୍‌‌ ସିରିଜକୁ ଆଗକୁ ନେବାକୁ ରଣବୀର କପୁର ହିଁ ଉପଯୁକ୍ତ ଷ୍ଟାର। ଫିଲ୍ମର ନିର୍ମାଣ କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଫିଲ୍ମର କାହାଣୀ ଶୁଣିବା ପରେ ରଣବୀର ଏଥିପାଇଁ ହିଁ ଭରିଥିବା କୁହାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories