www.samajalive.in
Saturday, December 6, 2025
19.1 C
Bhubaneswar

ରାତ୍ରି ଭୋଜନ ତିଆରି କଲେନି ସ୍ୱାମୀ, ସ୍ତ୍ରୀ ମାଗିଲେ ଛାଡପତ୍ର..

ନୂଆଦିଲ୍ଲୀ : ଦମ୍ପତ୍ତିଙ୍କ ମଧ୍ୟରେ ବିଭିନ୍ନ କାରଣରୁ ଛାଡପତ୍ର ହୋଇଥାଏ । ନିକଟରେ ଦମ୍ପତିଙ୍କ ମଧ୍ୟରେ ଛାଡପତ୍ର ହେବାର ଏଭଳି କିଛି କାରଣ ସାମ୍ନାକୁ ଆସିଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ଚିନ୍ତା କଲେ କାରଣ ତାଙ୍କ ସ୍ୱାମୀ ମହିଳା ପ୍ରସ୍ତୁତ କରୁଥିବା ଖାଦ୍ୟ ନଖାଇ ତାକୁ ଫିଙ୍ଗି ଦେଉଥିଲେ ଏବଂ ଅଫିସ୍‌ରେ ଅନ୍ୟ ମାନଙ୍କ ଖାଦ୍ୟ ଖାଉଥିଲେ । ଏଭଳି ଅନେକ ମାମଲା ପୂର୍ବରୁ ସାମ୍ନାକୁ ଆସି ସାରିଛି । ଯାହା ସୋସିଆଲ ମିଡିଆରେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଚର୍ଚ୍ଚାର କାରଣ ପାଲଟିଛି।

ଆଉ ମାତ୍ର ୫ ଦିନ ପରେ ଶନି କରିବେ ନକ୍ଷତ୍ର ପରିବର୍ତ୍ତନ, ଏହି ରାଶି ହେବେ ଭାଗ୍ୟଶାଳୀ..

- Advertisement -

ବ୍ରିଟେନରେ ଜଣେ ମହିଳା ନିଜ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେବାକୁ ଚାହୁଁଛନ୍ତି। ସେହି କାରଣ ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ମହିଳାଙ୍କ ସ୍ୱାମୀ ତାଙ୍କ ପାଇଁ ରାତ୍ରି ଭୋଜନ ପ୍ରସ୍ତୁତ କରିନଥିବାରୁ ସେ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି। ମହିଳାଙ୍କ ସ୍ୱାମୀ ତାଙ୍କ ପାଇଁ ରାତ୍ରି ଭୋଜନ ତିଆରି କରି ନଥିଲେ। ବ୍ୟକ୍ତି ଜଣକ ସେଦିନ ଛୁଟିରେ ଥିଲେ। ଘରର କାମରେ ସାହାଯ୍ୟ କରିନଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳା ଜଣକ କହିଛନ୍ତି, ଗତ କିଛି ଦିନ ହେବ ଅଫିସ୍‌ରେ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରୁଛନ୍ତି। ଏହି ସମୟରେ ତାଙ୍କ ସ୍ୱାମୀ ଘରେ ଖାଦ୍ୟ ପ୍ରସ୍ତୁତ କରିବେ ବୋଲି କହିଥିଲେ। ୧୨ ଘଣ୍ଟା କାମ କରି ମହିଳା ଜଣକ ଘରକୁ ଫେରିବା ପରେ କିଛି ଖାଦ୍ୟ ଘରେ ପ୍ରସ୍ତୁତ ହୋଇନଥିଲା। ମହିଳା ଜଣକ ସ୍ୱାମୀଙ୍କୁ ପଚାରିବାରୁ ସେ ଉତ୍ତର ଦେଇଥିଲେ, ଇଚ୍ଛା ହେଲାନି ବୋଲି ଖାଦ୍ୟ ତିଆରି କରି ନାହିଁ । ମହିଳା ଜଣକ ଆହୁରି ମଧ୍ୟ କହିଥିଲେ, ତାଙ୍କ ସ୍ୱାମୀ ଖାଲି ସମୟରେ ଭିଡିଓ ଦେଖନ୍ତି କୌଣସି କାମରେ ସାହାଯ୍ୟ କରନ୍ତି ନାହିଁ । ତାଙ୍କୁ ଅସମ୍ମାନ କରନ୍ତି । ତେଣୁ ସେ ତାଙ୍କ ବ୍ୟବହାରରେ ବିରକ୍ତ ହୋଇ ଛାଡପତ୍ର ଦେବା ପାଇଁ ଆବେଦନ କରିଛନ୍ତି ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories