www.samajalive.in
Saturday, December 13, 2025
26.1 C
Bhubaneswar

ସୁବର୍ଣ୍ଣରେଖାରେ ବୁଡ଼ି ଜଣେ ମୃତ, ୨ ଗୁୁରୁତର

ବାଲିଆପାଳ: ସୁବର୍ଣ୍ଣରେଖା ନଦୀରେ ତିନି ଜଣ ଏକ କଦଳୀ ଭେଳାରେ ବୁଲିବାବେଳେ ଦୁଃଖଦ ଘଟଣା ଘଟିଯାଇଛି। ଭେଳାଟି ଓଲଟିବାରୁ ଜଣେ ନାବାଳକର ସଲିଳ ସମାଧି ହୋଇଯାଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବନ୍ୟାର ପ୍ରକୋପ କମିଥିଲେ ହେଁ ସୁବର୍ଣ୍ଣରେଖା ନଦୀ ଜଳପୂର୍ଣ୍ଣ ଥିବାବେଳେ ସ୍ରୋତ ବି ପ୍ରଖର ରହିଛି। ଆଜି ଦ୍ୱିପ୍ରହରେ ବଢ଼ାପାଳ ଗ୍ରାମର ପୁନଃ ରଞ୍ଜନ ନନ୍ଦୀଙ୍କ ପୁଅ ପ୍ରତ୍ୟୁଷ ନନ୍ଦୀ(୨୨), ଦିଲ୍ଲୀପ ନନ୍ଦୀ(୧୮) ଓ ସର୍ଦ୍ଦାର ସାହି ଗ୍ରାମର ସୁବାସ ରଣାଙ୍କ ସାନ ପୁଅ ତାପସ କୁମାର ରଣା(୧୬) ନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ। ​‌ତେବେ ସେମାନେ ଏକ କଦଳୀ ଭେଳାରେ ନଦୀରେ ବୁଲିବାକୁ ବାହାରିଥିଲେ। ସେମାନେ ବୁଲୁଥିବାବେଳେ ଭେଳାଟି ଭାରସାମ୍ୟ ହରାଇ ନଦୀ ଗର୍ଭରେ ଓଲଟି ପଡ଼ିଥିଲା। ଫଳରେ ତିନି ଜଣ ଯାକ ଗଭୀର ପାଣିରେ ବୁଡିଯାଇଥିଲେ।

କିଛି ଦୂରରେ ଥିବା ଗ୍ରାମବାସୀ ଏହା ଦେଖି ପାଣି ଭିତରୁ ପ୍ରତ୍ୟୁଷ ଓ ଦିଲ୍ଲୀପଙ୍କୁ ଉଦ୍ଧାର କରିଥିଲେ। ପରେ ତାପସଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତଙ୍କୁ ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାପସଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣ ଗୁରୁତର ଥିବା ଜଣାଯାଇଛି। ମୃତ ତାପସ ଦେଭୋଗସ୍ଥିତ ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ +୨ ପ୍ରଥମ ବର୍ଷର ଛାତ୍ର ଥିଲେ। ବାଲିଆପାଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories