www.samajalive.in
Saturday, December 6, 2025
16.1 C
Bhubaneswar

ଛିଣ୍ଡା ବିଦ୍ୟୁତ୍‌ ତାର ନେଲା ଜୀବନ, ପୁଅକୁ ବଞ୍ଚାଇ ଜୀବନ ହାରିଲେ ବାପା

ସୋରଡ଼ା: ନିଜ ସନ୍ତାନ ଉପରେ ଦୁଃଖ ପଡିଲେ ପାହାଡ଼ ସଦୃଶ ଛିଡା ହୋଇଥାନ୍ତି ବାପା। ଆଜି ଏହି ଘଟଣାର ପ୍ରମାଣ ମିଳିଛି ଗଞ୍ଜାମ ଜିଲାର ସୋରଡ଼ା ବ୍ଲକରେ। ବଡଗଡ଼ ଥାନା ମେରିକୋଟ ପଞ୍ଚାୟତ ଗୁନାଖାଲ ଗ୍ରାମରେ ବିଦ୍ୟୁତ ଆଘାତରୁ ପୁଅକୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଛନ୍ତି ବାପା। ପୁଅକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତରେ ଗ୍ରାମର ଟୁଟୁ ଗୌଡ଼ (୨୫)ଙ୍କ ମୃତ୍ୟୁ ଘଟିଛି। ଗୁନାଖାଲ ଗ୍ରାମରେ ଟୁଟୁ ଗୌଡ଼ଙ୍କ ଘର ସମ୍ମୁଖରେ ଏକ ବିଦ୍ୟୁତ ଖୁଣ୍ଟ ରହିଛି। ଖୁଣ୍ଟରେ ଏକ ତାର ବିପଦସଙ୍କୁଳ ଅବସ୍ଥାରେ କିଛିଦିନ ହେଲା ଝୁଲି ରହିଥିଲା। ଶୁକ୍ରବାର ସକାଳୁ ଟୁଟୁ ନିଜ ଘରକୁ ଆସିଥିବା ଗୋପାଳପୁର ଗ୍ରାମର ବଳରାମ ଗୌଡ଼ଙ୍କ ସହ ବସି କଥାବାର୍ତ୍ତା ହେଉଥିବା ସମୟରେ ଟୁଟୁଙ୍କ ଦେଢ଼ ବର୍ଷର ପୁଅ ଝୁଲିଥିବା ବିଦ୍ୟୁତ୍‌ ତାରକୁ ଧରିବାକୁ ଉଦ୍ୟମ କରୁଥିଲା।

ଟୁଟୁ ସେଠାକୁ ଦୌଡ଼ିଯାଇ ପୁଅଠାରୁ ବିଦ୍ୟୁତ୍‌ ତାର ଛଡାଇବାବେଳେ ନିଜେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ଟୁଟୁଙ୍କୁ ବଞ୍ଚାଇବାକୁ ଯାଇ ବଳରାମ ମଧ୍ୟ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଚିକିତ୍ସା ପାଇଁ ବଡଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ଟୁଟୁଙ୍କୁ ମୃତ ଘୋଷଣା କରିଥିଲେ। ଆହତ ବଳରାମଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଏ ସମ୍ପର୍କରେ ବଡ଼ଗଡ଼ ଥାନାରେ ଅପମୃତ୍ୟ ମାମଲା ରୁଜୁ କରାଯାଇଛି। ମୃତଦେହକୁ ବ୍ୟବଛେଦ ନିମନ୍ତେ ପଠାଯାଇଥିବା ବଡଗଡ଼ ଥାନା ଅଧିକାରୀ କହିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories