www.samajalive.in
Saturday, December 13, 2025
26.1 C
Bhubaneswar

ଜବାହରଲାଲ ନେହେରୁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

ଡେସ୍କ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ଦ୍ଵାରା ସ୍ୱର୍ଗତ ବିକ୍ରମ କେଶରୀ ବର୍ମାଙ୍କ ସ୍ମୃତିରେ ‘ଜାତୀୟତବାଦର ପୁନଃ ଆକଳନ, ଟାଗୋରଙ୍କ ନୀତି ଓ ସମକାଳୀନ ପ୍ରଭାବ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶୁଭମ ଦାସ ଓ ଇତିହାସ ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିସିକେଶନ ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ପାନକୁ ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ୟାମ ସୁନ୍ଦର ପଲେଇ ଉଦଘାଟନ କରି ସ୍ବର୍ଗତ ବିକ୍ରମ କେଶରୀ ବର୍ମାଙ୍କ ସ୍ମୃତି ଚାରଣ କରିଥିଲେ। ବିଶିଷ୍ଟ ବକ୍ତା ଭାବରେ ବରିଷ୍ଠ ଶିକ୍ଷାବିତ ଓ ସମାଜସେବୀ ପ୍ରାଧ୍ୟାପକ ବିଜୟ କୁମାର ବୋହିଦାର ଓ ଯୁବ ଐତିହାସିକ ସାନ କଶ୍ୟପ ଯୋଗ ଦେଇ ଜାତୀୟତାବାଦର ପୃଷ୍ଠଭୂମି, ବିଶେଷତ୍ୱ, ରବୀନ୍ଦ୍ରନାଥ ଟାଗୋରଙ୍କ ଚିନ୍ତାଧାରା ଏବଂ ବର୍ତ୍ତମାନ ସମାଜରେ ଏହାର ମୂଲ୍ୟବୋଧ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ସାନ କଶ୍ୟପଙ୍କୁ ଆଚାର୍ଯ୍ୟ ପ୍ୟାରୀମୋହନ ଯୁବ ଐତିହାସିକ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ଅଧ୍ୟାପକ ଶୁଭମ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପାୟଲ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ତରଫରୁ ପ୍ରାଧ୍ୟାପକ ଡ଼ ଜ୍ଞାନ ରଞ୍ଜନ ଶତପଥୀ, ପ୍ରାଧ୍ୟାପକ ରବି ନାରାୟଣ ବାରିକ, ପ୍ରାଧ୍ୟାପକ କୁମୁଦ ରଞ୍ଜନ ସିଂହ, ପ୍ରାଧ୍ୟାପକ ନିଖିଳେଶ ମହାନ୍ତି, ପ୍ରାଧ୍ୟାପକ କୃଷ୍ଣଚନ୍ଦ୍ର ବେହେରା, ଅଧ୍ୟାପକ ବସନ୍ତ କୁମାର ସେଠୀ, ଅଧ୍ୟାପକ ଆଶିଷ କୁମାର ବରାଳ ଓ ଗୌତମ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟାପକ ମଳୟ କୁମାର ନାୟକ, ଅଧ୍ୟାପକ ବାଇଧର ଦାସ ଓ ରୁଦ୍ର ନାରାୟଣ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ବିସିକେଶନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories