ପରଦାରେ ‘ଦେବରା’, ପ୍ରେକ୍ଷାଳୟ ବାହାରେ ହୁତୁହୁତୁ ଜଳିଲା ଜୁନିୟର ଏନଟିଆରଙ୍କ କଟ୍‌ଆଉଟ୍‌

ମୁମ୍ବାଇ: ଜୁନିୟର ଏନଟିଆରଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା’ ଶୁକ୍ରବାର ମୁକ୍ତିଲାଭ କରିଛି। ପିଲ୍ମ​‌କୁ ନେଇ ଅନେକ ପ୍ରଶଂସକ ଖୁସି ଥିବାସହ ଏହାର ପ୍ରଶଂସା କରୁଥିବାବେଳେ ଅପରପକ୍ଷରେ କେତକ ପ୍ରଶଂସକଙ୍କୁ ପସନ୍ଦ ଆସିନାହିଁ ‘ଦେବରା’। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଅଭିନେତା ଜୁନିୟର ଏନଟିଆରଙ୍କ ଏକ ବଡ ଫଟୋ ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। କ୍ୟାପ୍ସନରେ କୁହାଯାଇଛି ଯେ, ହାଇଦ୍ରାବାଦର ଥିଏଟର ବାହାରେ ଜୁନିୟର ଏନଟିଆରଙ୍କ ପ୍ରଶଂସକମାନେ ତାଙ୍କ କଟଆଉଟରେ ନିଆଁ ଲଗାଇ ଦେଇଛନ୍ତି।


ଫିଲ୍ମର ଖରାପ ରେଟିଙ୍ଗ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରି ପ୍ରଶଂସକ ଏପରି କରିଥିବା କୁହାଯାଉଛି। ଅପରପକ୍ଷେ କିଛି ନ୍ୟୁଜ୍‌ ପୋର୍ଟାଲରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରଶଂସକମାନେ ଉତ୍ସାହିତ ହୋଇ ବାଣ ଫୁଟାଇଥିଲେ ଏବଂ ଭୁଲ୍ ବସତଃ ଅଭିନେତାଙ୍କ କଟ୍‌ଆଉଟ୍‌ରେ ନିଆଁ ଲାଗି ଯାଇଥିଲା। ତେବେ ଚଳଚ୍ଚିତ୍ରର ଆକ୍ସନ ଦୃଶ୍ୟର ଭିଏଫଏକ୍ସକୁ ନେଇ କିଛି ଦର୍ଶକ ନିରାଶା ପ୍ରକାଶ କରିଛନ୍ତି।

Comments are closed.