www.samajalive.in
Monday, December 8, 2025
27.1 C
Bhubaneswar

ସୁଭଦ୍ରା ଆବେଦନକାରୀଙ୍କଠୁ ଟଙ୍କା ନିଆଯାଉଥିବା ଅଭିଯୋଗ

ଗୁରୁଡ଼ିଝାଟିଆ: ଜନସେବା କେନ୍ଦ୍ର ଓ ସିଏସସି କେନ୍ଦ୍ରମାନଙ୍କରେ ଏବେ ସୁଭଦ୍ରା ଯୋଜନା ଆବେଦନକାରୀଙ୍କ ଭିଡ଼ି ଲମ୍ବୁଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଓ କେହି କେହି ଭୋର ୩ଟାରେ ମଧ୍ୟ କେନ୍ଦ୍ର ନିକଟରେ ଧାଡି ଲମ୍ବାଉଛନ୍ତି। ଏହାର ଫାଇଦା ନେଉଛନ୍ତି ଜନସେବା ଓ ସିଏସସି କେନ୍ଦ୍ରର ବ୍ୟକ୍ତି। ଇଚ୍ଛା ନଥିଲେ ମଧ୍ୟ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି ଆବେଦକାରୀ। କିଏ ୧ଶହ ତ କେଉଁଠି ୧୫୦ ଟଙ୍କା ଦେଉଛନ୍ତି। କାଳେ ଆବେଦନ ହୋଇପାରିବ ନାହିଁ, ଯାହାଫଳରେ କି ଯୋଜନାର ସୁଫଳ ପାଇପାରିବେ ନାହିଁ ସେଥିପାଇଁ ଦେଉଛନ୍ତି ଅର୍ଥ। ଆବେଦନକାରୀଙ୍କ ମାନସିକତାକୁ ଠଉରାଇ ନେଇ ସେମାନଙ୍କୁ ଲୁଟିବାରେ ଲାଗିଛନ୍ତି। ଆଠଗଡ଼ ବ୍ଲକ ଓ ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଦେଖାଦେଇଛି। ଯାହାର ଉଦାହରଣ ଆଠଗଡ଼ ନିର୍ବାଚନ ମଣ୍ଡଳୀର କଖଡି ପଞ୍ଚାୟତ ଓ ଆଠଗଡ଼ ବ୍ଲକର ମଞ୍ଚେଶ୍ୱର ପଞ୍ଚାୟତକୁ ଅନୁଧ୍ୟାନ କଲେ ବେଶ ବାରି ହୋଇପଡ଼ିବ। ଜନସେବା କେନ୍ଦ୍ର ଓ ସିଏସସି କେନ୍ଦ୍ର ପରିଚାଳନା କରୁଥିବା ବ୍ୟକ୍ତିବିଶେଷ ଜଳଖିଆ ଓ ଚା’ ଖର୍ଚ୍ଚ ନାମରେ ଏକ ପ୍ରକାର ଲୁଟିବାରେ ଲାଗିଛନ୍ତି। ସେମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆବେଦନକାରୀ ପାଲଟିଛି ମହୁଫେଣା। ସରକାରଙ୍କ ନୀତି ନିୟମକୁ ସଂପୂର୍ଣ୍ଣ ଉଲ୍ଲଂଘନ କରି ଆବେଦନକାରୀଙ୍କଠାରୁ ଟଙ୍କା ଆଦାୟ କରିବାରେ ଲାଗିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନକାରୀଙ୍କ ପାଇଁ କୌଣସି ଶୁଳ୍କ ସିଏସସି ଓ ଜନସେବା କେନ୍ଦ୍ର ନ ନେବା ପାଇଁ ନିୟମ କରିଥିଲେ ମଧ୍ୟ ଏହାକୁ ଖୁଲମଖୁଲା ଉଲ୍ଲଂଘନ କରାଯାଉଛି। ଭୟଶୂନ୍ୟ ଭାବେ ହିତାଧିକାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି। ଯାହା ତଦନ୍ତ ଓ ଅନୁଧ୍ୟାନ ସାପେକ୍ଷ। ଆବେଦନକାରୀମାନେ ଭୟରେ ମୁହଁ ଖୋଲୁନାହାନ୍ତି। ଆଠଗଡ଼ ଉପଖଣ୍ଡ ପ୍ରଶାସନ, ସ୍ଥାନୀୟ ପୁଲିସ କଣ ପାଇଁ ଜନସେବା ଓ ସିଏସସି କେନ୍ଦ୍ରଗୁଡିକୁ ଅନୁଧ୍ୟାନ କରୁନାହାନ୍ତି, ଯଦ୍ୱାରା କି ସତ୍ୟତା ପରଖି ପାରନ୍ତେ। ଅନେକ ସମୟରେ ହିତାଧିକାରୀଙ୍କୁ ବିଭିନ୍ନ ଆଳ ଦେଖାଇ ଫେରାଇ ମଧ୍ୟ ଦିଆଯାଉଛି। ତେଣୁ କଟକ ଜିଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ନାମ ଗୋପନ ରଖି ଅନୁରୋଧ କରିଛନ୍ତି କିଛି ଆବେଦନକାରୀ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories