www.samajalive.in
Monday, December 8, 2025
24.1 C
Bhubaneswar

ପଞ୍ଚଲିଙ୍ଗେଶ୍ୱର ପୀଠ ଜଳାର୍ଣ୍ଣବ; ବାବାଙ୍କୁ ସ୍ପର୍ଶ କରି ଦର୍ଶନ କରିବାକୁ ବାରଣ

ନୀଳଗିରି: ଅନିର୍ଦ୍ଦିଷ୍ଟକାଳ ପାଇଁ ବାଲେଶ୍ୱର ଜିଲା ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ପୀଠରେ ବାବାଙ୍କୁ ସ୍ପର୍ଶ କରି ଦର୍ଶନ କରିବାକୁ ବାରଣ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଦେବଗିରି ପାହାଡ଼ର ପାଣି ସବୁ ପ୍ରଖର ସ୍ରୋତରେ ଆସି ଶୈବପୀଠସ୍ଥଳିରେ ଲହଡ଼ି ମାରୁଛି। ପଥର ଖୋଲ ଭିତରେ ଥିବା ବାବାଙ୍କ ଶିରି ଉପର ଦେଇ ୪ଫୁଟ ଉଚ୍ଚର ପାଣି ବୋହି ଯାଉଥିବା ଦେଖିବାକୁ ମିଳିଛି। ଗୁରୁବାର ସନ୍ଧ୍ୟାରେ ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ପୂଜକମାନେ ଛିଡ଼ା ହୋଇ ସନ୍ଧ୍ୟା ଆଳତୀ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ପାହାଡ଼ ପାଣିରେ ବାବା ବୁଡ଼ି ଯାଇଥିବା ଖବରପାଇ ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ସେଠାରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ଯେଉଁସ୍ଥାନରେ ଭକ୍ତମାନେ ଛିଡ଼ା ହୋଇ ବାବାଙ୍କୁ ପୂଜାର୍ଚ୍ଚନା କରନ୍ତି, ସେହି ଚଟାଣରେ ଦେଢ଼/ଦୁଇଫୁଟ ଉଚ୍ଚର ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ଫଳରେ ବାବାଙ୍କୁ ସ୍ପର୍ଶ କରି ଦର୍ଶନ କରିବାକୁ ଭକ୍ତଙ୍କୁ ବାରଣ କରାଯାଇଛି। ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories