www.samajalive.in
Saturday, December 13, 2025
26.1 C
Bhubaneswar

ବଢ଼ୁଛି ଚିକିତ୍ସା ଖର୍ଚ୍ଚ

ନୂଆଦିଲ୍ଲୀ : ଦେଶରେ ଆଳୁ ପିଆଜଠାରୁ ଆରମ୍ଭ କରି ପରିବା, ତେଲ, ଚିନି, ଡାଲି ଆଦି ଦର ବଢ଼ୁଥିବାବେଳେ ଚିକିତ୍ସା ଖର୍ଚ୍ଚ ମଧ୍ୟ ବଢ଼ିବାରେ ଲାଗିଛି। ଗୋଟିଏ ବର୍ଷରେ ଏହା ପ୍ରାୟ ୧୧.୩୫% ବଢ଼ିଲାଣି। ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାୟ ୬୦ ହଜାର ସ୍ବାସ୍ଥ୍ୟ ବୀମା ଦାବି ଆସିଥିବା ଏକ ବୀମା କମ୍ପାନୀ ପକ୍ଷରୁ କୁହାଯାଇଛି।

ଆକ୍ନୋ ଇଣ୍ଡିଆ ସ୍ବାସ୍ଥ୍ୟ ରିପୋର୍ଟ-୨୦୨୪ ଅନୁଯାୟୀ ଗତବର୍ଷ ହାରାହାରି ବୀମା ଦାବି ୬୨ ହଜାର ୫ଶହ ୪୮ ଟଙ୍କାର ଆସିଥିବାବେଳେ ଚଳିତବର୍ଷ ଏହା ୭୦ ହଜାର ୫ଶହ ୫୮ ଟଙ୍କାକୁ ବୃଦ୍ଧିପାଇଛି। ଦେଶରେ ସ୍ବାସ୍ଥ୍ୟ ମୁଦ୍ରାସ୍ଫୀତି ହାର ୧୪%କୁ ବୃଦ୍ଧିପାଇଥିବାରୁ ଭାରତୀୟ ପରିବାର ଉପରେ ଆର୍ଥିକ ବୋଝ ବଢ଼ିଚାଲିଛି। ୨୦୧୮ରେ ଆଞ୍ଜିଓପ୍ଲାଷ୍ଟ ଖର୍ଚ୍ଚ ୧ ଲକ୍ଷରୁ ଦେଢ଼ ଲକ୍ଷ ମଧ୍ୟରେ ଥିବାବେଳେ ୨୦୨୪ରେ ଏହା ୨-୩ ଲକ୍ଷକୁ ବୃଦ୍ଧିପାଇଛି। ୨୦୩୦ ବେଳକୁ ଏହା ୬-୭ ଲକ୍ଷ ଛୁଇଁବା ଆଶା କରାଯାଉଛି। ୨୦୨୪ରେ ବୃକକ୍‌ ପ୍ରତିରୋପଣ ପାଇଁ ୧୦-୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ୨୦୩୦ ବେଳକୁ ଏହା ୨୦ ଲକ୍ଷ ଟପିବ ବୋଲି ଆକଳନ କରାଯାଇଛି।

- Advertisement -

ଏହି ରିପୋର୍ଟରେ ବିଭିନ୍ନ ବୟସ ବର୍ଗ ମଧ୍ୟରେ ରୋଗ ଦୁର୍ବଳତାର ଢାଞ୍ଚା ପ୍ରକାଶ ପାଇଛି। ୧୮ ବର୍ଷରୁ କମ୍‌ ବୟସର ୧୧% ପିଲାଙ୍କ କ୍ଷେତ୍ରରେ ଶ୍ୱାସକ୍ରିୟା ସଂକ୍ରମଣ ଦେଖାଦେଇଥାଏ। ମୁଖ୍ୟତଃ ଟ୍ୟୁମର ଓ ହୃଦ୍‌ରୋଗ ପାଇଁ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କଲକାତା ଓ ମୁମ୍ବଇରେ ହୃଦ୍‌ଘାତ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପରିବେଶ ପ୍ରଦୂଷଣ ପାଇଁ ବୃକକ୍‌ ରୋଗ ବଢ଼ିବାରେ ଲାଗିଛି। ମୋଟ ସ୍ବାସ୍ଥ୍ୟ ବୀମା ଦାବି ମଧ୍ୟରୁ ୩୫.୩% କେବଳ ବୃକକ୍‌ ରୋଗ ପାଇଁ ଆସୁଛି। ସେହିପରି କୋଚି, ସିକନ୍ଦରାବାଦ ଓ ବେଙ୍ଗାଲୁରୁରେ ବୃକକ୍‌ ରୋଗ ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି। ମାତୃତ୍ବ ଅସ୍ତ୍ରୋପଚାର ପାଇଁ ୬୯% ଦାବି ଆସୁଥିବାବେଳେ ଘରୋଇ ଡାକ୍ତରଖାନାରେ ସାଧାରଣ ପ୍ରସବ ପାଇଁ ୩୧% ଦାବି ଆସୁଛି। ଆକ୍ନୋ ରିପୋର୍ଟ ବଢ଼ୁଥିବା ସ୍ବାସ୍ଥ୍ୟ ଖର୍ଚ୍ଚ ସହ ବ୍ୟକ୍ତିଗତ ସ୍ବାସ୍ଥ୍ୟ ବୀମା ସଂଖ୍ୟା ମଧ୍ୟ ବଢ଼ୁଥିବା ଦର୍ଶାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories