www.samajalive.in
Thursday, December 11, 2025
15.1 C
Bhubaneswar

ସିବଆଇ ଅନ୍ତରୀଣ ନିର୍ଦେଶକ ନାଗେଶ୍ୱର ରାଓଙ୍କ ନିଯୁକ୍ତି ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ)ର ଅନ୍ତରୀଣ ନିର୍ଦେଶକ ଭାବେ ନଗେଶ୍ୱର ରାଓଙ୍କ ନିଯୁକ୍ତି ବିରୋଧରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଚୟନ କମିଟି ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦେଶକ ପଦରୁ ହଟାଇ ଦେବାପରେ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ଦାୟିତ୍ୱ ଦିଆଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୨୦୧୮ରେ ସିବିଆଇର ଆଭ୍ୟନ୍ତରୀଣ ବିବାଦ ପରେ ସରକାର ନିର୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କୁ ଛୁଟିରେ ପଠାଇ ଦେଇଥିଲା। ଆଲୋକ ବର୍ମାଙ୍କ ସ୍ଥାନରେ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦେଶକ ଦାୟିତ୍ୱ ଦିଆଯାଇଥିଲା। ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଆଲୋକ ବର୍ମା କୋର୍ଟର ଆଶ୍ରୟ ନେଇଥିଲେ। ଚଳିତ ମାସ ଜାନୁଆରୀ ୮ରେ ସୁପ୍ରିମକୋର୍ଟ ବର୍ମାଙ୍କୁ ପୁନଃ ସିବିଆଇ ନିର୍ଦେଶକ ପଦରେ ଅବସ୍ଥାପିତ କରିବା ସହ ସରକାର ନୁହେଁ ଚୟନ ସମିତି ହିଁ ବର୍ମାଙ୍କୁ ପଦରୁ ହଟାଇପାରିବ ବୋଲି କହିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ପ୍ରତିନିଧି ଭାବେ ଜଷ୍ଟିସ ଏକେ ସିକ୍ରିଙ୍କୁ ନେଇ ଗଠିତ ତିନି ଜଣିଆ ଚୟନ କମିଟି ୨-୧ ବହୁମତରେ ଆଲୋକ ବର୍ମାଙ୍କୁ ପଦରୁ ହଟାଇ ଦେଇଥିଲା। ଏବେ ସିବିଆଇ ନିର୍ଦେଶକ ପଦ ଖାଲି ପଡ଼ିଛି। ତେଣୁ ନାଗେଶ୍ୱର ରାଓ ଅନ୍ତରୀଣ ନିର୍ଦେଶକ ପଦରେ କାଏମ ରହିଛନ୍ତି। ପ୍ରାୟ ୩ ସପ୍ତାହ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ ବୋଲି ଆଶା କରାଯାଉଛି। ପ୍ରଶାନ୍ତ ଭୂଷଣ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories