www.samajalive.in
Saturday, December 13, 2025
26.1 C
Bhubaneswar

ଖାଉଛନ୍ତି କି ଏସବୁ ଔଷଧ ? ହୋଇଯାଆନ୍ତୁ ସତର୍କ, ବଜାରରେ ମିଳୁଛି ୫୦ରୁ ଅଧିକ ନକଲି ଔଷଧ

ସମାଜ ଡିଜିଟାଲ ଡେସ୍କ: ବଜାରରେ ମିଳୁଛି ୫୦ରୁ ଅଧିକ ନକଲି ଔଷଧ। ଏହି ଔଷଧଗୁଡ଼ିକ ସାଧାରଣ ରୋଗ ପାଇଁ ନିୟମିତ ବ୍ୟବହାର କରାଯାଇଥାଏ। ଏସବୁର ମାନ ଧାର୍ଯ୍ୟ ମାନଠାରୁ କମ୍‌ ବୋଲି ଜାଣିବାକୁ ପାଇଛନ୍ତି ସରକାର। କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନ(ସିଡିଏସସିଓ) ପକ୍ଷରୁ ନିକଟରେ ହୋଇଥିବା ସର୍ବେକ୍ଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ବିଶେଷକରି ରକ୍ତଚାପ, ଜ୍ବର, ଅମ୍ଳତା ଏବଂ ଯୌନ କ୍ଷମତା ହ୍ରାସ ଭଳି ରୋଗ ପାଇଁ ବିକ୍ରି ହେଉଥିବା ଔଷଧଗୁଡ଼ିକ ନିମ୍ନମାନର ବୋଲି କୁହାଯାଇଛି। ନିର୍ଦ୍ଦିଷ୍ଟ ବ୍ୟାଚର ଏସବୁ ଔଷଧକୁ ବିଭିନ୍ନ କମ୍ପାନୀ ଦ୍ଵାରା ଉତ୍ପାଦନ କରାଯାଇ ବଜାରକୁ ଛଡ଼ାଯାଇଛି। ଏଗୁଡ଼ିକ ବଜାରରେ ଅବାଧରେ ବିକ୍ରି କରାଯାଉଛି।

ଅନ୍ୟପଟେ ଉକ୍ତ କମ୍ପାନୀଗୁଡ଼ିକ ସିଡିଏସସିଓକୁ ଜଣାଇଛନ୍ତି ଯେ ଉକ୍ତ ବ୍ୟାଚର ଉତ୍ପାଦଗୁଡ଼ିକ ସେମାନଙ୍କର ନୁହେଁ। ଏସବୁ ନକଲି ଔଷଧ। ଗ୍ୟାସ ରୋଗ ଏବଂ ବଦହଜମି ପାଇଁ ବ୍ୟବହୃତ ପାଣ୍ଟୋସିଡ ନାମକ ଔଷଧର ଗୋଟିଏ ବ୍ୟାଚ୍‌ ନକଲି ବୋଲି ଜଣାପଡ଼ିଛି।

- Advertisement -

ସେହିପରି ରକ୍ତଚାପ ପାଇଁ ବ୍ୟବହୃତ ଗ୍ଲେନମାର୍କ କମ୍ପାନୀ ଦ୍ଵାରା ଉତ୍ପାଦିତ ଟେଲମା ଏଚ୍‌(୪୦ଏମଜି) ଏବଂ ହାଇଡ୍ରୋକ୍ଲୋରୋଥିଆଜାଇଡ ୧୨.୫ ଏମଜି ନିମ୍ନମାନର ବୋଲି ଜଣାପଡ଼ିଛି। ଗ୍ଲେନମାର୍କ କମ୍ପାନୀ ଏହି ଔଷଧ ତାହାର ନୁହେଁ ବୋଲି ଦର୍ଶାଇଛି। ସେହିପରି ଆଲକେମ୍‌ କମ୍ପାନୀର ଆମୋକ୍ସିଲିନ ଏବଂ ପୋଟାସିୟମ କ୍ଲାଭଲନେଟ (କ୍ଲାଭାମ ୬୨୫) ଔଷଧ ମଧ୍ୟ  ମାନକ ପରୀକ୍ଷାରେ ବିଫଳ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories