www.samajalive.in
Saturday, December 6, 2025
16.1 C
Bhubaneswar

ଓଡିଆ ଅସ୍ମିତା ଧ୍ବଂସ କରିଛନ୍ତି ନବୀନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୀର୍ଘ ୨୪ବର୍ଷ ପରେ ବିଜେଡି କ୍ଷମତାରୁ ହଟିଛି। ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିଛନ୍ତି। ବିଜେପି ସରକାର ୧୦୦ଦିନ ପୂରଣ କରିଛି। ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଦାୟିତ୍ବ ଗ୍ରହଣ କରିବା ପରେ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି। ସେ ନବୀନଙ୍କୁ ତୀବ୍ର ସମାଲୋଚନା କରିବା ସହିତ ସରକାରୀ ଅଧିକାରୀଙ୍କୁ ନବୀନ ବାବୁ କ୍ଷମତା ହସ୍ତାନ୍ତର କରିଦେଇଥିଲେ ବୋଲି କହିଛନ୍ତି। ନବୀନଙ୍କ ୨୪ବର୍ଷର ଶାସନ ରାଜ୍ୟକୁ ବିକାଶ ଶୀର୍ଷରେ ପହଞ୍ଚାଇବା ବଦଳରେ ଧ୍ବଂସ କରିଦେଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକାରୀ ଅସଲ କ୍ଷମତାର ପ୍ରାଣକେନ୍ଦ୍ର ଥିଲେ। ସେ ହିଁ ସବୁ ନିଷ୍ପତ୍ତି ନେଉଥିଲେ। ସଭା ମଞ୍ଚରେ କେବଳ ସେହି ଅଧିକାରୀ ବସୁଥିଲେ। ଭାଷଣ ଦେଉଥିଲେ। ମନ୍ତ୍ରୀ, ବିଧାୟକ ଓ ଦଳୀୟ ନେତା ମଞ୍ଚ ତଳେ ଛିଡା ହେଉଥିଲେ। ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଦେଲେ। ଓଡ଼ିଆ ଯଦି କଷ୍ଟ ପାଇ‌େ‌ବ, ସରକାର ନିଶ୍ଚିତ ପରିବର୍ତ୍ତନ କରି‌େ‌ବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ଭୁବନେଶ୍ବର କାରଗିଲ ବସ୍ତିରେ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ପୂର୍ବ ବିଜେଡି ସରକାର ମିଶନ ଶକ୍ତି ଋଣର ସୁଧ ଦେଉଥିଲେ ବୋଲି ମିଥ୍ୟା ପ୍ରଚାର କରୁଥିଲେ। ମିଶନ ଶକ୍ତି ମା’ମାନଙ୍କୁ ବ୍ୟାଙ୍କ ଦେଉଥିବା ସୁଧ ଟଙ୍କାର ୭ ପ୍ରତିଶତ କେନ୍ଦ୍ର ଓ ୪ ପ୍ରତିଶତ ରାଜ୍ୟ ସରକାର ଦେଉଥିଲେ। ଭୋଟ ପାଇଁ ସେ ରଚିଥିବା ହୀନଚକ୍ରାନ୍ତରେ ନିଜେ ଫସିଲେ। ଓଡ଼ିଶାବାସୀ ନିର୍ବାଚନରେ ନବୀନ ବାବୁଙ୍କୁ ଜବାବ ଦେଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ଏ ସରକାର ଲୋକଙ୍କ ସରକାର। କ୍ଷମତାକୁ ଆସିବାର ୧୦୦ଦିନ ମଧ୍ୟରେ ବିଜେପି ତା’ର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛି। ୨୦୩୬ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆମ ସରକାର କଥା ନୁହେଁ, କାମରେ ବିଶ୍ବାସ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମାଜର ଶେଷରେ ରହିଥିବା ଲୋକଙ୍କ ପାଖରେ ସମସ୍ତ ସରକାରୀ ବ୍ୟବସ୍ଥା ପହଞ୍ଚାଇବା ସହିତ ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବିଧାୟକ ବାବୁ ସିଂ କହିଛନ୍ତି। ପୋଖରୀପୁଟ ସ୍ଥିତ ବିଜେପି କାର୍ଯ୍ୟକର୍ତ୍ତା ରଶ୍ମିତା ସେଠୀଙ୍କ ଘରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନ କରିଥିଲେ। ପଖାଳ ସହ ଶାଗ, ବଡିଚୁରା, ଛତୁ ବେସର ଏବଂ ସ୍ୱତନ୍ତ୍ର ଘାଣ୍ଟ ଖାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଧାୟକ ଶ୍ରୀ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories