www.samajalive.in
Friday, December 5, 2025
26.1 C
Bhubaneswar

ପ୍ରେମରେ ପଡ଼ିଲେ ମେଲୋନୀ-ମସ୍କ !

ନୂଆଦିଲ୍ଲୀ: ଆନ୍ତର୍ଜାତିକସ୍ତରରେ ଏବେ ଏକ ପ୍ରେମ କାହାଣୀକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। ସାମାଜିକ ଗଣମାଧ୍ୟମରେ ଏହି ପ୍ରେମୀ ଯୁଗଳଙ୍କ ଫଟୋ ପ୍ରସାରିତ ହେବା ପରେ ବ୍ୟବହାରକାରୀ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି। ତଥାକଥିତ ଏହି ପ୍ରେମୀ ଯୁଗଳ କୌଣସି ସାଧାରଣ ନାଗରିକ ନୁହନ୍ତି, ସେମାନେ ହେଉଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଓ ‘ଟେସ୍‌ଲା’ କମ୍ପାନୀ ସିଇଓ ଏଲନ୍‌ ମସ୍କ। ଉଭୟ ପରସ୍ପରଙ୍କୁ ଡେଟିଂ କରୁଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏମିତିରେ ମେଲୋନୀଙ୍କ ଚାହାଣୀରେ ଅନେକ ବିଶ୍ବ ନେତା ଘାବରେଇ ଯାଆନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ମୌଜ ଓ ସେଲ୍‌ଫି ଉଠାଇବାର ଫଟୋ ବିଭିନ୍ନ ମହଲରେ ରୋମାଞ୍ଚ ସୃଷ୍ଟି କରିଥିଲା। ପରେ ଏକ ବିଶ୍ବସ୍ତରୀୟ ସମ୍ମିଳନୀରେ ଜଣେ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ପ୍ରତି ତାଙ୍କର କଟାକ୍ଷ ପୂର୍ଣ୍ଣ ଚାହାଣୀ ମଧ୍ୟ ଖୁବ୍‌ ଚର୍ଚ୍ଚିତ ହୋଇଥିଲା। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଥିଲା। ସେ ଦୃଷ୍ଟିରୁ ମେଲୋନୀ ଓ ମସ୍କଙ୍କ ମଧ୍ୟରେ ଡେଟିଂକୁ ଅନେକ ସହଜରେ ବିଶ୍ବାସ କରିଯାଇଥିବା କୁହାଯାଉଛି। ଏହି ବିଶ୍ବାସ ପଛରେ ରହିଛି ଏକ ବଡ଼ କାରଣ। ନିକଟରେ ଅନୁଷ୍ଠିତ ‘ଆଟଲାଣ୍ଟିକ୍‌ କାଉନ୍‌ସିଲ ଗ୍ଲୋବାଲ ସିଟିଜେନ୍‌’ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମସ୍କ ମେଲୋନୀଙ୍କୁ ଜବରଦସ୍ତ ପ୍ରଶଂସା କରୁଥିବା ଲକ୍ଷ୍ୟ କରାଯାଇଥିଲା। ମେଲୋନୀଙ୍କୁ ମସ୍କ ଏକ ପୁରସ୍କାର ପ୍ରଦାନ କରିଥିଲେ। ମେଲୋନୀଙ୍କ ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ତାଙ୍କର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ଖୁବ୍‌ ଅଧିକ। ମେଲୋନୀଙ୍କୁ ଅତ୍ୟନ୍ତ ସ୍ବଚ୍ଛ, ସାଧୁ ଓ ସତ୍ୟନିଷ୍ଠ ରାଜନେତ୍ରୀ ବୋଲି ମସ୍କ କହିଥିଲେ। ମେଲୋନୀ ମଧ୍ୟ ଏହାର ଜବାବରେ ମସ୍କଙ୍କୁ ଧନ୍ୟବାଦ ଦେବା ଆଳରେ ଖୁବ୍ ପ୍ରଶଂସା କରିଥିଲେ। ସେପ୍ଟେମ୍ବର ୨୪ରେ ଏକ କାର୍ଯ୍ୟକ୍ରମରେ ଉଭୟ ପାଖାପାଖି ବସିବା ସହ ପରସ୍ପରଙ୍କ ମୁହଁକୁ ଏମିତି ଢଙ୍ଗରେ ଚାହିଁଥିଲେ ଯେ ସେଥିରେ ପ୍ରେମର ପ୍ରସ୍ଫୁଟନ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ତେବେ ମସ୍କ ଏପରି ଆଲୋଚନାରେ ଆମୋଦିତ ହୋଇଥିଲେ ମଧ୍ୟ ଡେଟିଂକୁ ଅସ୍ବୀକାର କରିଛନ୍ତି। ଉତ୍ସବରେ ସେ ମା’ଙ୍କ ସହ ଉପସ୍ଥିତ ଥିଲେ । ତେଣୁ କୌଣସି ରୋମାଣ୍ଟିକ୍‌ ସମ୍ପର୍କର ସୁଯୋଗ ନ ଥିଲା ବୋଲି ମସ୍କ କହିଛନ୍ତି। ମସ୍କଙ୍କ ସଫେଇକୁ ତାଙ୍କ ପ୍ରଶଂସକମାନେ ଗ୍ରହଣ କରିପାରୁନାହାନ୍ତି । କାରଣ ମସ୍କ ଜଣେ ରୋମାଣ୍ଟିକ୍‌ ବ୍ୟକ୍ତି ଭାବେ ସାରା ବିଶ୍ବରେ ବେଶ୍‌ ପରିଚିତ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories