www.samajalive.in
Thursday, December 11, 2025
14.1 C
Bhubaneswar

​ରାଜ୍ୟର ଭିତ୍ତିଭୂମି ଅନୁଧ୍ୟାନ ପାଇଁ ବିଶ୍ବବ୍ୟାଙ୍କ ଟିମ୍ ଓଡ଼ିଶା ଗସ୍ତରେ

ଡ଼େସ୍କ: ରାଜ୍ୟର ଭିତ୍ତିଭୂମି ରଣନୀତି ଅଧ୍ୟୟନ କରିବା ଏବଂ ଭିତ୍ତିଭୂମି ପାଇଁ ଘରୋଇ ପୁଞ୍ଜିନିବେଶ ବୃଦ୍ଧି ଉପରେ ସୁପାରିସ କରିବା ଉଦ୍ଦେଶ୍ୟରେ ଭାରତ ସରକାର ବିଶ୍ୱବ୍ୟାଙ୍କ ସହଯୋଗରେ ଏହି ଅଧ୍ୟୟନ ପାଇଁ ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମେଘାଳୟ ବ୍ୟତୀତ ଓଡ଼ିଶାକୁ ପ୍ରଥମ ୪ଟି ରାଜ୍ୟ ମଧ୍ୟରେ ଚିହ୍ନଟ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ବରିଷ୍ଠ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ବିଶେଷଜ୍ଞ ଓ ପରାମର୍ଶଦାତାଙ୍କୁ ନେଇ ଗଠିତ ବିଶ୍ବବ୍ୟାଙ୍କର ଏକ ୫ ଜଣିଆ ଟିମ୍ ଲୋକସେବା ଭବନରେ ସରକାରଙ୍କ ଉନ୍ନୟନ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଅଂଶଗ୍ରହଣ କରିଥିଲେ। ପ୍ରମୁଖ ଭିତ୍ତିଭୂମି ବିଭାଗର ସଚିବ ଏବଂ ପିପିପି ନିର୍ଦ୍ଦେଶାଳୟ, ଅର୍ଥ ବିଭାଗର ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ।

- Advertisement -

ଶ୍ରୀମତୀ ଗର୍ଗ ପ୍ରତିନିଧି ଦଳକୁ ନୂତନ ପିପିପି ନୀତି, ପିପିପି ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ପାଇଁ ସଂସ୍ଥାଗତ ଢାଞ୍ଚା ଏବଂ ସାମାଜିକ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଅଧିକ ଅଂଶଗ୍ରହଣ ବୃଦ୍ଧି ପାଇଁ ନିକଟରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ। ରାଜ୍ୟର ବଢୁଥିବା ଆକାଂକ୍ଷା ଏବଂ ଜାତୀୟ ଓ ବିଶ୍ୱସ୍ତରରେ ଓଡ଼ିଶାର ବହୁମୁଖୀ ସ୍ୱୀକୃତି ପାଇଁ “ଭିଜନ ୨୦୩୬” କିପରି ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଦଳର ଗସ୍ତର ପ୍ରାଥମିକ ଲକ୍ଷ୍ୟ ହେଉଛି ଅତୀତ ଏବଂ ବର୍ତ୍ତମାନର ପ୍ରକଳ୍ପଗୁଡିକରେ ସଫଳତାର କାରଣ ଏବଂ ଆହ୍ୱାନକୁ ବୁଝିବା। ଏହା ଦ୍ଵାରା ସେମାନେ ଅନ୍ୟ ରାଜ୍ୟ ତଥା ପ୍ରମୁଖ ବୈଶ୍ୱିକ ଅଂଶୀଦାରମାନଙ୍କ ବିଷୟରେ ଜ୍ଞାନ ପାଇଁ ରାଜ୍ୟରେ ଅନୁସରଣ କରାଯାଉଥିବା କେତେକ ସର୍ବୋତ୍ତମ ବ୍ୟବସ୍ଥା ଉପରେ ଆଲୋକପାତ କରିବାରେ ସକ୍ଷମ ହେବେ। ଆବଶ୍ୟକ ପଡ଼ିଲେ ଭବିଷ୍ୟତ ପ୍ରକଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ପରାମର୍ଶଦାତା ସେବା ପ୍ରଦାନ କରିବାକୁ ମଧ୍ୟ ଏହି ଟିମ୍ ଯୋଜନା କରିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories