ସମାଜ ଡିଜିଟାଲ ଡେସ୍କ: ଉଡ଼ାଣ ପୂର୍ବରୁ ବିମାନ ଇଞ୍ଜିନରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲା ଶତାଧିକ ଯାତ୍ରୀଙ୍କ ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ। ମଙ୍ଗଳବାର ରାତିରେ ଏମିରାତ୍ସର ଏକ ବିମାନ ଚେନ୍ନାଇରୁ ଦୁବାଇ ଯିବାର ଥିଲା। ହେଲେ ବିମାନଟି ଉଡ଼ାଣ ଭରିବା ଆଗରୁ ଇଞ୍ଜିନ ଷ୍ଟାର୍ଟ ହେବା ସମୟରେ ସେଥିରେ ନିଆଁ ଲାଗି ଯାଇଥିଲା। ଇଞ୍ଜିନରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରିଥିଲା। ବିମାନବନ୍ଦର ଏକପ୍ରକାର ଧୂଆଁମୟ ହୋଇଯାଇଥିଲା। ଫଳରେ ଉଡ଼ାଣକୁ ବାତିଲ କରାଯାଇଥିଲା। ଉଡ଼ାଣ ପୂର୍ବରୁ ଏଭଳି ଘଟଣା ଘଟିଥିବାରୁ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଥିବା କୁହାଯାଉଛି।
In Visuals | Smoke emerged from Emirates plane’s engine at Chennai airport. #ViralVideo #Emirates #ChennaiAirport pic.twitter.com/PUeypFEyJC
— TIMES NOW (@TimesNow) September 25, 2024



