www.samajalive.in
Saturday, December 13, 2025
26.1 C
Bhubaneswar

ମହିଳାଙ୍କୁ ଦୁର୍ବ୍ୟବହାର ମାମଲାରେ ପୁଲିସ କର୍ମଚାରୀ ନିଲମ୍ବିତ

ଡେସ୍କ: କଟକ ସଦର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପୁଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର ଅଭିଯୋଗରେ କମିଶନରେଟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଦର ଥାନାର କାର୍ଯ୍ୟରତ ସମ୍ପୃକ୍ତ ଓଏପିଫ ପୁଲିସ କର୍ମଚାରୀଙ୍କୁ କଟକ ଡିସିପି ନିଲମ୍ବନ କରିଛନ୍ତି। ସୂଚନା ଅନୁଯାୟୀ, ଗତ ୨୨ ତାରିଖ ରାତିରେ କଟକ ସଦର ଥାନା ଅଞ୍ଚଳ ଶଙ୍ଖତ୍ରାସ ଗ୍ରାମରେ ଏକ ଗଣ୍ଡଗୋଳ ହେଉଥିବା ଖବର ପାଇ ସଦର ଥାନା ପିସିଆର ଘଟଣାସ୍ଥଳରେ ପହଁଚିଥିଲା। ପିସିଆରରେ ବସିଥିବା ଜଣେ ଓଏପିଫ କର୍ମଚାରୀ ନିଶାଶକ୍ତ ଅବସ୍ଥାରେ ଥାଇ ସେଠାରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ନେଇ ସମ୍ପୃକ୍ତ ମହିଳା ଥାନାରେ ଅଭିଯୋଗ କରିଥିଲେ। ତେବେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ତାଙ୍କୁ ନିଲମ୍ବନ କରିବା ସହ ରିଜର୍ଭ ପୋଲିସକୁ ସ୍ଥାନାନ୍ତର କରାଯାଇଛି ବୋଲି ଅତିରିକ୍ତ ଡିସିପି ସୂଚନା ଦେଇଛନ୍ତି।

<blockquote class=”twitter-tweet”><p lang=”or” dir=”ltr”>ମହିଳାଙ୍କୁ ଦୁର୍ବ୍ୟବହାର ମାମଲାରେ ପୁଲିସ କର୍ମଚାରୀ ନିଲମ୍ବିତ: ଏ ସମ୍ପର୍କରେ ଅତିରିକ୍ତ ଡ଼ିସିପି ଅନୀଲ ମିଶ୍ର କହିଛନ୍ତି। <a href=”https://t.co/9ruiirha7j”>pic.twitter.com/9ruiirha7j</a></p>&mdash; Samaja Live (@samajalive) <a href=”https://twitter.com/samajalive/status/1838914890955956266?ref_src=twsrc%5Etfw”>September 25, 2024</a></blockquote> <script async src=”https://platform.twitter.com/widgets.js” charset=”utf-8″></script>

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories